ଓଡିଆନ୍ ନ୍ୟୁଜ

161

୨୭ନୂଆଦିଲ୍ଲୀରେ ଅପରାଜିତା ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହେବେ

Team Odian News |

ଭୁବନେଶ୍ବର; ୨୩/୧୧(ଓଡ଼ିଆନ ନ୍ୟୁଜ) ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଲା ପରେ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଚାଲିଥିବା ଚର୍ଚ୍ଚାର ପୂର୍ଣ୍ଣଛେଦ ଆସନ୍ତା ସପ୍ତାହରେ ପଡ଼ିବ। ୨୭ ତାରିଖରେ ନୂଆଦିଲ୍ଲୀରେ ଅପରାଜିତା ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହେବେ। ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ସେ ପଦ୍ମ ଧରିବେ। ଏହି ମିଶ୍ରଣ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ସେ ଭୁବନେଶ୍ବର ଫେରିଲା ପରେ ଡିସେମ୍ବର ୧ ତାରିଖରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯିବ। ସେଠାରେ ଅପରାଜିତାଙ୍କୁ ସ୍ବାଗତ କରାଯିବ। ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ପୂର୍ବରୁ ଅପରାଜିତା ନୂଆଦିଲ୍ଲୀରେ ବିଜେପିର ଶୀର୍ଷ ନେତୃତ୍ବଙ୍କ ସହ ଏକାଧିକ ବାର ବୈଠକ କରି ରାଜନୀତିରେ ପାଦ ଥାପିବାକୁ ନିଷ୍ପତ୍ତି ନେଇଥିଲେ। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ରାଜନୀତିରେ ଯୋଗ ଦେବାକୁ ଉତ୍ସାହିତ କରିଥିବା କୁହାଯାଉଛି। ତାଙ୍କ ସ୍ବେଚ୍ଛାକୃତ ଅବସର ଆବେଦନ ଗୃହୀତ ହୋଇ ନ ଥିବାରୁ ଏ ନେଇ ସେ ମୁହଁ ଖୋଲୁ ନ ଥିଲେ। ଇସ୍ତଫାକୁ ରାଜ୍ୟ ଓ କେନ୍ଦ୍ର ସରକାର ଅନୁମୋଦନ ଦେଲା ପରେ ସେ ରାଜନୀତିକୁ ଯିବା ନେଇ ଇଙ୍ଗିତ ଦେଇଥିଲେ।