ଓଡିଆନ୍ ନ୍ୟୁଜ

153

ଗାଳ୍ପିକ ବ୍ରହ୍ମାନନ୍ଦଙ୍କୁ ଦଧୀଚି ଗଳ୍ପ ସମ୍ମାନ

Team Odian News |

ଗାଳ୍ପିକ ବ୍ରହ୍ମାନନ୍ଦଙ୍କୁ ଦଧୀଚି ଗଳ୍ପ ସମ୍ମାନ ରାଜନଗର,୨୩ା୧୧(ଓଡ଼ିଆନ୍ ନ୍ୟୁଜ): ପ୍ରଗତିଶୀଳ ସାହିତ୍ୟ, କଳା, ପରିବେଶ ଓ ସାଂସ୍କୃତିକ ସଂଗଠନ ଦଧୀଚି ପକ୍ଷରୁ ଓଡ଼ିଶାର ପ୍ରତିଷ୍ଠିତ ଗାଳ୍ପିକ ବ୍ରହ୍ମାନନ୍ଦ ବେହେରାଙ୍କୁ ୨୦୧୭ ମସିହା ପାଇଁ ଦଧୀଚି ଗଳ୍ପ ସମ୍ମାନ ପ୍ରଦାନ କରାଯିବ । ଆଜି ଅନୁଷ୍ଠାନର ସ୍ୱନକ୍ଷତ୍ର ଦିବସ ଅବସରେ ବାର୍ହାପୁର, ରାଜନଗର ଠାରେ ଶ୍ରୀବେହେରାଙ୍କ ଗଳ୍ପ ପୁସ୍ତକ ‘ଅନ୍ତର୍ଦାହର ଆତ୍ମଲିପି’ ପୁସ୍ତକ ନିମନ୍ତେ ଏହି ସମ୍ମାନରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଖବର ଜଣାପଡ଼ିବା ପରେ ଶ୍ରୀବେହେରାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ଶ୍ରୀବେହେରାଙ୍କ ଲିଖିତ ପୁସ୍ତକ ମାଟିରୁ ଆକାଶ, ଅନ୍ଧାରର ଆଖି, ଦ୍ୱାରିକା ଦର୍ଶନ, ତୃତୀୟ ପାଦ, ସମୟର ପଛ ନାମ, ଅଜ୍ଞାତବାସ ଓ ନଦୀ, ନୈକା ଓ ନାବିକ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ରଦ୍ଧିମନ୍ତ କରିଛି । ବିଶେଷ କରି କେନ୍ଦ୍ରାପଡ଼ା ଜିଲାର ଭିତରକନିକା, ସାତଭାୟା, ଗହୀରମଥା, ହୁକିଟୋଲା ଭଳି ବହୁ ପର୍ଯ୍ୟଟନସ୍ଥକୀକୁ ନେଇ ତାଙ୍କର ବହୁ କବିତା ଖୁବ୍‍ ଲୋକପ୍ରିୟ ହୋଇଛି । ପୂର୍ବରୁ ଓଡ଼ିଶାର ବହୁ ଅନୁଷ୍ଠାନ ପକ୍ଷରୁ ମଧ୍ୟ ତାଙ୍କ ସାହିତ୍ୟ ରଚନା ପାଇଁ ସମ୍ମାନିତ କରାଯାଇଛି । ସଂପ୍ରତି ଶ୍ରୀବେହେରା ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗର ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି ।