ଓଡିଆନ୍ ନ୍ୟୁଜ

286

ମହାଅଷ୍ଟମୀରେ ଗାଁ ଠାରୁ ସହର ଉତ୍ସବ ମୁଖର ।

Team Odian News |

ମହାଅଷ୍ଟମୀରେ ଗାଁ ଠାରୁ ସହର ଉତ୍ସବ ମୁଖର  । 
ଭୁବନେଶ୍ୱର,୨୮ା୯(ଓଡିଆନ୍ ନ୍ୟୁଜ୍): ଆଜି ମହାଅଷ୍ଟମୀ ଅବସରରେ ଗାଁ ଠାରୁ ସହର ଉତ୍ସବ ମୁଖର ହୋଇପଡ଼ିଛି  । କଟକ ସହର ଠାରୁ ରାଜଧାନୀ ଭୁବନେଶ୍ୱର ସବୁଆଡ଼େ ଚାଲିଛି ପୂଜା ମାହୋଲ  । ଲୋକମାନଙ୍କ ମଧ୍ୟରେ ଆନନ୍ଦ ପୁରି ଉଠିଛି  । ସେହିଭଳି ଗାଁ ଗହଳିରେ ମଧ୍ୟ ମା’ଙ୍କ ମଣ୍ଡପରେ ପ୍ରବଳ ଜନଗହଳି ଦେଖାଦେଇଛି  । ଆଜି ମହାଅଷ୍ଟମୀ ଥିବାରୁ ମା’ଙ୍କ ପୂଜାଅର୍ଚ୍ଚନାରେ ଲାଗିପଡ଼ିଛନ୍ତି ଭକ୍ତମାନେ  । କଟକରେ ଶାନ୍ତିଶୃଙ୍ଖଳାରେ ବ୍ୟପକ ପୁଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି  ।