ଓଡିଆନ୍ ନ୍ୟୁଜ

182

ବିଧାୟକ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା

Team Odian News |

ଭୁବନେଶ୍ବର; ୨୬/୧୧(ଓଡ଼ିଆନ୍ ନ୍ୟୁ ଜ); ବିଧାୟକ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିବା ବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଦିଲ୍ଲୀପ ରାୟଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ବିଜୟ ମହାପାତ୍ର । ଦିଲ୍ଲୀପ ଯେଉଁ ପ୍ରଶ୍ନ ଉଠାଇଲେ ତାହାର ଯଥାର୍ଥତା ଅଛି । ବହୁ ଆଗରୁ ସରକାର ଓ ଦଳ ଏ ବାବଦରେ ଚିନ୍ତା କରିବା କଥା । ଏବେ ବହୁତ ବିଳମ୍ବ ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତିର ନିଜ ବିଷୟରେ ନିଷ୍ପତ୍ତି ନେବାର ସ୍ୱାଧୀନତା ଅଛି ବୋଲି ବିଜୟ କହିଛନ୍ତି । ଜଣେ ବିଧାୟକ ଅପମାନିତ ହେବା ଅନୁଭବ କରିଥିବେ ତେଣୁ ଏମିତି କହିଛନ୍ତି। ଦୁଇ ଜଣ ଆଲୋଚନା କରି ପରର୍ବତୀ ନିଷ୍ପତ୍ତି ଜଣାଇବୁ ବୋଲି ବିଜୟ ମହାପାତ୍ର କହିଛନ୍ତି । ରାଉରକେଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ନହେବାରୁ ଦିଲ୍ଲୀପ ରାୟ ଏହି ମାସ ଶେଷ ଆଡକୁ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି । ତେବେ ଦିଲ୍ଲୀପ ରାୟ କହିଥିଲେ, ତାଙ୍କ ପାଇଁ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ଏବଂ ଆଇଜିଏଚ୍ ହସ୍ପିଟାଲର ଅପଗ୍ରେଡେସନ କାମ ହୋଇପାରୁନାହିଁ ବୋଲି ସେ ଶୁଣିଛନ୍ତି । ଯଦି ଏହି ଦୁଇଟି କାମ ହୋଇଯାଏ ତେବେ ଶ୍ରେୟ ତାଙ୍କୁ ଯିବ ବୋଲି ସେ ଶୁଣିଥିବା କହିଥିଲେ । ତେଣୁ ସେ ଇସ୍ତଫା ଦେଲେ ଯଦି କାମ ହୋଇଯିବ ସେଥିରେ ସେ ଖୁସି ହେବେ ବୋଲି କହିଥିଲେ।