ଓଡିଆନ୍ ନ୍ୟୁଜ

136

ହକି ବିଶ୍ୱକପ: ଓଡ଼ିଶାରେ ଧକ୍ ଧକ୍ ଗର୍ଲ ମାଧୁରୀ

Team Odian News |

ହକି ବିଶ୍ୱକପ: ଓଡ଼ିଶାରେ ଧକ୍ ଧକ୍ ଗର୍ଲ ମାଧୁରୀ


 ଭୁବନେଶ୍ୱର,୨୬/୧୧(ଓଡ଼ିଆନ ନ୍ୟୁଜ): ହକି ବିଶ୍ୱକପକୁ ନେଇ ସାରା ରାଜ୍ୟରେ ଉତ୍ସାଖେଳି ଯିବା ସହ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ଯୋଗଦେବା ପାଇଁ  ଭୁବନେଶ୍ୱରରେ ଆଜିଆସି ପହଞ୍ଚିଛନ୍ତି ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍ । ଉଦଘାଟନୀ ଉତ୍ସବରେ “ଦି ଆର୍ଥ ସଙ୍ଗ”ରେ ସେ ନୃତ୍ୟ ପରିବେଷଣ କରିବେ ବୋଲି ଜଣାପଡିଛି । ଏଥିପାଇଁ ଗୋଟିଏ ଦିନ ପୂର୍ବରୁ ରାଜଧାନୀରେ ପହଞ୍ଚିଛନ୍ତି ଧକ୍ ଧକ୍ ଗର୍ଲ । ପ୍ରାୟ ୧୧୦୦ କଳାକାରଙ୍କ ସହ ନୃତ୍ୟ ପ୍ରଦର୍ଶନ କରିବେ ମାଧୁରୀ । ମାଧୁରୀଙ୍କ ଏକ ଝଲକ ଦେଖିବା ପାଇଁ ଦର୍ଶକମାନଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି । ହକି ବିଶ୍ୱ କପର ଥିମ୍ ରହିଛି ଏକତ୍ରିତ ବିଶ୍ୱର ଶକ୍ତି । “ଦି ଆର୍ଥ ସଙ୍ଗ” ମାଧ୍ୟମରେ ଏହି ଥିମକୁ ପ୍ରଦର୍ଶନ କରାଯିବ । ଏହାର ମୁଖ୍ୟଚରିିତ୍ର “ମଦର ଆର୍ଥ”ରେ ରହିବେ  ମାଧୁରୀ ଦୀକ୍ଷିତ । ପ୍ରାୟ ୪୦ ମିନିଟ ଧରି ହେବାକୁ ଥିବା ଏହି ନୃତ୍ୟରେ ୫ଟି ଆକ୍ଟ ପ୍ରଦର୍ଶିତ ହେବ । ସାମକ ଡାଭରଙ୍କ କୋରିଅଗ୍ରାଫି ଏବଂ ରଣଜିତ ବାରୋଟଙ୍କ ସଙ୍ଗୀତରେ ନାଚିବେ ମାଧୁରୀ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୁପୂର ମହାଜନ । ଦେଶୀ ଓ ବିଦେଶୀ ଶୈଳୀରେ  ନୃତ୍ୟ ପରିବେଷଣ କରିବେ । କଳିଙ୍ଗ ଷ୍ଟାଡିୟମ୍ ଉଦଘାଟନୀ ମଂଚରେ  ଜାଜ୍, ବାଲେ, ଆଫ୍ରୋ, ଓଡିଶୀ, ମୋହିନିଆଟ୍ଟମ ଏବଂ କଥକ ପରବେଷଣ କରିବେ ମାଧୁରୀ ଦୀକ୍ଷିତ୍ । ଏହାସହ ୨୭ ଓ ୨୮ରେ କଟକ ଭୁବନେଶ୍ୱରରେ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ସଲମାନ ଖାନ୍‌, ବାହୁବଳୀ ହିରୋ ପ୍ରଭାସ,ଶାହରୁଖ ଖାନ୍, ଓ ଏ.ଆର ରେହେମାନଙ୍କ ଭଳି କଳାକାରମାନେ । 
ଅନ୍ୟ ପକ୍ଷରେ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବକୁ ନେଇ DGPଙ୍କ ସାମ୍ବାଦିକ ସମ୍ମିଳନୀରେ  କଳିଙ୍ଗ ଷ୍ଟାଡିଅମରେ ମୁତୟନ ହୋଇଥିବା  ୭୫ ପ୍ଲାଟୁନ ପୋଲିସ, ଅପ୍ରୀତିକର ପରିସ୍ଥିତି ମୁକାବିଲା ପାଇଁ ରହିବେ ୫ଟି QRT, ୨ଟି STU, ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍‌ ବିଷୟରେ ସୂଚନା ଦେଇଛନ୍ତି । ଏହାସହ ଷ୍ଟାଡିଅମରେ ୧୮୦ଟି ସିସିଟିଭି କ୍ୟାମେରା ଓ ଅନ୍ୟ ୨୮ଟି ସ୍ଥାନରେ  ୧୩୦ଟି ସିସିଟିଭି କ୍ୟାମେରା ଲାଗିଥିବାର କହିଛନ୍ତି । ୨ଟି କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ଗୁଇନ୍ଦାକୁ କ୍ରିୟାଶୀଳ କରାଯାଇଛି, ବିଭିନ୍ନ ସ୍ଥାନରେ ସାଦା ପୋଷାକରେ ପୋଲିସ ମୁତୟନ ରହିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।