ଓଡିଆନ୍ ନ୍ୟୁଜ

213

ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ଆଜି

Team Odian News |

ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ଆଜି ଭୁବନେଶ୍ୱର,୨୭/୧୧(ଓଡିଆନ୍ ନ୍ୟୁଜ): ଭୁବନେଶ୍ୱରରେ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ଆଜି, ସୁରକ୍ଷା ବଳୟରେ କଳିଙ୍ଗ ଷ୍ଟାଡିୟମ। କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରବେଶ ପାଇଁ ୯ଟି ଗେଟ୍‌ ରହିଛି। ତେବେ ସମସ୍ତ ଗେ‌ଟ୍‌ ଦେଇ ଦର୍ଶକମାନେ ପ୍ରବେଶ କରିପାରିବେ ନାହିଁ। ୯ ନମ୍ବର ଗେଟ୍‌ ବାଟେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଭିଭିଆଇପିମାନେ ପ୍ରବେଶର ବନ୍ଦୋବସ୍ତ କରାଯାଇଛି। ସେହିଭଳି ୨ ନମ୍ବର ଗେଟ୍‌ରେ ପାସ୍‌ଧାରି, ଗଣମାଧ୍ୟମ ପ୍ରତିନିଧି ଏବଂ ମ୍ୟାଚ୍‌ ଅଫିସିଆଲ୍‌ମାନେ ପ୍ରବେଶ କରିବେ। ୪ ନମ୍ବର ଗେଟ୍‌ରେ କେବଳ ଖେଳାଳିମାନେ ଷ୍ଟାଡିୟମ ଭିତରକୁ ଯିବେ। ୨, ୪ ଓ ୯ ନମ୍ବର ଗେଟ୍‌କୁ ଛାଡ଼ି ଅନ୍ୟ ୬ଟି ଗେଟ୍‌ରେ ଦର୍ଶକମାନେ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି।