ଓଡିଆନ୍ ନ୍ୟୁଜ

146

କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌ଙ୍କ ପରଲୋକ

Team Odian News |

କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌ଙ୍କ ପରଲୋକ ନୂଆଦିଲ୍ଲୀ,୨୭/୧୧(ଓଡ଼ିଆନ ନ୍ୟୁଜ): ଭାରତୀୟ ସଂଗୀତ ଦୁନିଆ ମଙ୍ଗଳବାର ଦକ୍ଷ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌ଙ୍କୁ ହରାଇଛି। ୬୪ ବର୍ଷିଅ ଏହି ବଲିଉଡ୍‌ ଗାୟକ ଜଣକ ମୁମ୍ବାଇଠାରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୋମବାର ମହମ୍ମଦ କୋଲକାତାରୁ ମୁମ୍ବାଇ ଆସିଥିଲେ। ମଙ୍ଗଳବାର ଅପରାହ୍ନ ୩ଟାରେ ମହମ୍ମଦଙ୍କ ଶରୀର ହଠାତ ବିଗିଡ଼ି ଯିବା ପରେ ତାଙ୍କୁ ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ତାଙ୍କର ଜନ୍ମ ୧୯୫୪ରେ ପଶ୍ଚିମବଙ୍ଗର ଆଶୋକନଗରଠାରେ ହୋଇଥିଲା। ସେ ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ବଙ୍ଗଳା, ଓଡ଼ିଆ ଓ ଅନ୍ୟ ବହୁ ଆଞ୍ଚଳିକ ଭାଷାରେ ମଧ୍ୟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି। ସେ ପ୍ରଥମେ ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର ‘ମର୍ଦ’ରୁ ହିନ୍ଦୀ ସିନେମାରେ ଗୀତ ଗାଇବା ଆରମ୍ଭ କରିଥିଲେ।