ଓଡିଆନ୍ ନ୍ୟୁଜ

221

ବିଶ୍ୱକପ ହକି ପାଇଁ ମୁଁ ବୁଧବାର କଟକ ଆସୁଛି-ସଲମନ

Team Odian News |

କଟକ,୨୮/୧୧(ଓଡିଆନ୍ ନ୍ୟୁଜ):  ବିଶ୍ୱକପ ହକିକୁ ନେଇ ସମଗ୍ର ଓଡ଼ିଶା ଉତ୍ସବମୁଖର । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ହକି ମଙ୍ଗଳବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆୟୋଜିତ ହୋଇଯାଇଛି। ହକି ବିଶ୍ୱକପର ଉଦଘାଟନୀ ମ୍ୟାଚ ପାଇଁ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଅନ୍ୟ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭନେତା ସଲମନ ଖାନ, ପ୍ରସିଦ୍ଧ ଗାୟକ ଏ. ଆର ରେହେମାନ ଆଦି କଳାକାର ଯୋଗଦେବେ। ବଲିଉଡ କଳାକାର ସଲମନ ଖାନ ଏହାକୁ ନେଇ ମଙ୍ଗଳବାର ଟୁଇଟର ମାଧ୍ୟମରେ ସ୍ପଷ୍ଟ କରିଛନ୍ତି। ସଲମନ ଏକ ଭିଡିଓ କରି କଟକ ଆସିବାକୁ କହିଛନ୍ତି। ସେ କହିଛନ୍ତି, ବିଶ୍ୱକପ ହକି ପାଇଁ ମୁଁ ବୁଧବାର କଟକ ଆସୁଛି। ସମସ୍ତଙ୍କୁ ଧନ୍ୟବାଦ, ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ ବୋଲି ସଲମନ ନିଜ ଭିଡିଓରେ କହିଛନ୍ତି। ସଲମନ ଏହି ଟୁଇଟ କରିବା ପରେ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି।