ଓଡିଆନ୍ ନ୍ୟୁଜ

167

ବାରବାଟୀରେ ପହଞ୍ଚିଲେ ସଲମାନ୍

Team Odian News |

ବାରବାଟୀରେ ପହଞ୍ଚିଲେ ସଲମାନ୍ 


 କଟକ,୨୮ /୧୧(ଓଡ଼ିଆନ ନ୍ୟୁଜ ):ହକି ବିଶ୍ୱକପ ଦ୍ଵିତୀୟ ଉଦଘାଟନୀ ସମାରୋହ  ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଲେ ସଲମାନ୍ ଖାନ୍ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ୬.୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ କାରରେ ବାରବାଟୀ ଷ୍ଟାଡିୟମ ଯାଇଥିଲେ ସଲମାନ୍ । ସଡକପଥରେ ଯାଉଥିବାରୁ ସଲମାନଙ୍କୁ ଦେଖିବାକୁ ବିମାନବନ୍ଦର ଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ଲୋକ ମାନେ ଅପେକ୍ଷା କରି ରହିଥିଲେ ।ଦବଙ୍ଗ ଖାନଙ୍କ  ଝଲକ ଟିକିଏ ପାଇବାକୁ ରାସ୍ତାକଡରେ ଶହ ଶହ ପ୍ରଂଶସକଙ୍କ ଭିଡ ଜମାଇଥିଲେ । ବାରବାଟୀରେ ସଲମାନ ପହଞ୍ଚିବା ପୂର୍ବରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ .ଉପସ୍ଥିତିରେ ଏ.ଆର ରେହମାନ ନିଜ ସଙ୍ଗୀତ ଯାଦୁରେ ଦର୍ଶକଙ୍କୁ ମତୁଆଲା କରି ରଖିଛନ୍ତି ଉପସ୍ଥିତ ଦର୍ଶକଙ୍କୁ  । ଆଉ ଏସବୁ ଭି୍ତରେ ସଲମାନଙ୍କ ସୋ’କୁ ଅପେକ୍ଷା କରି ରହିଛନ୍ତି ଦର୍ଶକ । ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଲାଇଭ ସୋ’ ଦେଖିବାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ  ଆସିଛନ୍ତି ହଜାର ହଜାର ପ୍ରଂଶସକ । ତେବେ ଏଥିପାଇଁ ପୋଲିସ ପକ୍ଷରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ଭିତରେ ଓ ବାହାରେ କଡା ପହରା ଦେଉଛନ୍ତି ପୋଲିସ କର୍ମଚାରୀ ।