ଓଡିଆନ୍ ନ୍ୟୁଜ

167

ହକି ବିଶ୍ୱକପ୍‌: ବିଜୟରୁ ଭାରତର ଅଭିଯାନ ଆରମ୍ଭ, ୫-୦ରେ ହାରିଲା ଦକ୍ଷିଣ ଆଫ୍ରିକା

Team Odian News |

ଭୁବନେଶ୍ୱର;୨୮ /୧୧(ଓଡ଼ିଆନ ନ୍ୟୁଜ ): ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚରେ ବୁଧବାର ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଦକ୍ଷିଣ ଆଫ୍ରିକାକୁ ଭାରତ ୫-୦ ଗୋଲରେ ପରାସ୍ତ କରିଛି। କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବଳ ଭିଡ ମଧ୍ୟରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଦୃଢ଼ ମନରେ ଦକ୍ଷିଣ ଆଫ୍ରିକାକୁ ମୁକାବିଲା କରିଛନ୍ତି। ସେହିଭଳି ଆକାଶଦୀପ, ଲଳିତ ଉପାଧ୍ୟାୟ ଏବଂ ମନଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ ଦେଇଛନ୍ତି।