ଓଡିଆନ୍ ନ୍ୟୁଜ

179

ସଲମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେଲା

Team Odian News |

କଟକ,୨୮ /୧୧(ଓଡ଼ିଆନ ନ୍ୟୁଜ ): ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କ ଫଟୋ। ଫେସବୁକରେ ବ୍ୟବହାରକାରୀ ଖୁବ୍ ପସନ୍ଦ କରିଛନ୍ତି ସଲ୍ଲୁମିଆଁଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ମନଛୁଆଁ ଫଟୋ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ୍ ଉଦଘାଟନ କରିବା ସମୟରେ କହିଥିଲେ କି ଓଡ଼ିଶାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ସେ ଖୁବ୍ ଖୁସୀ। ଆଜି ବି ବିଶ୍ୱକପ୍ ଉଦଘାଟନୀ ଅବସରରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରରେ ମୁଖ୍ୟମନ୍ତ୍ରୀ ଖୁସୀ ଥିବା ଦେଖିବାକୁ ମିଳିଛି। ଆଜିର ଅତିଥି ବଲିଉଡ୍ ନାୟକ ସଲମାନ୍ ଖାନଙ୍କ ସହ ତାଙ୍କର ଫଟୋକୁ ଦେଖି ଏହା ସହଜରେ ଅନୁଭବ କରି ହେଉଛି।