ଓଡିଆନ୍ ନ୍ୟୁଜ

169

ମହିଳାଙ୍କ ସୁରକ୍ଷା ପାଇଁ ଜିପିଏସ୍‌ ଏବଂ ପାନିକ୍‌ ବଟନ୍‌ ଥିବା ଚେନ୍‌ ତିଆରି କରିବ ମହାରାଷ୍ଟ୍ର ସରକାର

Team Odian News |

ମହିଳାଙ୍କ ସୁରକ୍ଷା ପାଇଁ  ଜିପିଏସ୍‌ ଏବଂ ପାନିକ୍‌ ବଟନ୍‌ ଥିବା ଚେନ୍‌ ତିଆରି କରିବ ମହାରାଷ୍ଟ୍ର ସରକାର


ମୁମ୍ବାଇ,୨୯ /୧୧(ଓଡ଼ିଆନ ନ୍ୟୁଜ ): ମହିଳାମାନଙ୍କ ସୁରକ୍ଷା ପାଇଁ ମହାରାଷ୍ଟ୍ରର ସରକାର ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି । ଜିପିଏସ୍‌ ଏବଂ ପାନିକ୍‌ ବଟନ୍‌ ରଖି ଗଳା ହାର ତିଆରି କରି ମହିଳମାନଙ୍କୁ ଦେବା ପାଇଁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ଏହା  ଦ୍ୱାରା କୌଣସି ଅସୁବିଧାର ସମ୍ମୁଖୀନ ହେଲେ ମହିଳାମାନେ ପାନିକ୍‌ ବଟନ୍‌ ଦବାଇ ପୁଲିସକୁ ସୂଚନା ଦେବା ସହ ସେମାନଙ୍କର ଜିପିଏସ୍‌ ମାଧ୍ୟମରେ ଠିକଣା ମଧ୍ୟ ଜଣା ପଡ଼ିବ । ଏହି ଘୋଷଣା ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦୀପକ କେଶରକର କରିଛନ୍ତି । ଏନେଇ ସରକାର ଏକ ସ୍କିମ୍‌ ତିଆରି କରିବାକୁ ଯାଉଥିବାର ସେ ସୂଚନା ଦେଇଛନ୍ତି । ଏହି ସ୍କିମ ଦ୍ୱାରା  ମହିଳାମାନେ ୧୦୦୦ ବା କମ୍‌ ମୂଲ୍ୟରେ ଜିପିଏସ୍‌ ଏବଂ ପାନିକ୍‌ ବଟନ୍‌ ଥିବା ଚେନ୍‌ କିଣି ପାରିବେ । କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ ପୁଲିସକୁ ପାନିକ୍‌ ବଟନ୍‌ ଏବଂ ଜିପିଏସ୍‌ ସାହାଯ୍ୟରେ ନିଜ ଠିକଣା ବିଷୟରେ ସୂଚନା ଦେଇ ପାରିବେ । ଏହା ଦ୍ୱାରା ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧକୁ କମ କରାଯାଇ ପାରିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଶ୍ରୀ କେଶରକର ।