ଓଡିଆନ୍ ନ୍ୟୁଜ

166

ଆଜି ବିଜେପି ଛାଡ଼ିବେ ବିଜୟ, ଦିଲ୍ଲୀପ

Team Odian News |

ଭୁବନେଶ୍ୱର ୩୦/୧୧(ଓଡ଼ିଆନ ନ୍ୟୁଜ ): ଦୁଇ ଦିନ ତଳେ ବିଜେପିରେ ଯୋଗ ଦେଇଥିଲେ ପୂର୍ବତନ ପ୍ରଶାସିକା ଅପରାଜିତା ଷଡଙ୍ଗୀ। ଏହାକୁ ନେଇ ଚର୍ଚ୍ଚା ଥମିନାହିଁ। ବିଜେପିର ଦୁଇ ହେଭିୱେଟ୍ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି  ସବୁ ସମ୍ପର୍କ ଛିନ୍ନ କରିବେ ` ଶ୍ରୀ ରାୟ ପ୍ରଥମେ ବିଧାୟକ ପଦରୁ ଇସ୍ତଫା ଦେବେ। ପରେ ଦଳରୁ। ଆଉ ବିଜୟ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷଙ୍କ ନିକଟକୁ ପଠାଇବେ। ସମ୍ଭବତଃ ଦଳ ସହିତ ସମ୍ପର୍କ ତୁଟାଇବାର କାରଣ ଆଜି ତାଙ୍କର ଇସ୍ତଫା ପତ୍ରରେ ଲେଖିପାରନ୍ତି। ତେବେ ଉଭୟଙ୍କ ଇସ୍ତଫା ରାଜ୍ୟ ରାଜନୀତିକୁ ହଲଚଲ କରିଛି। ଅନ୍ୟପକ୍ଷରେ ଉଭୟଙ୍କ ପରବର୍ତୀ ରାଜନୈତିକ ଗୋଟିଚାଳନା କଣ ହେବ, ତାହାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଉଭୟ ନେତା ଦୀର୍ଘ ଦିନ ଧରି ଦଳର କାର୍ଯ୍ୟକଳାପ ନେଇ ଅସନ୍ତୁଷ୍ଟ ଥିଲେ ଓ ଦଳର କାର୍ଯ୍ୟକ୍ରମଠାରୁ ମଧ୍ୟ ଦୂେରଇ ଯାଇଥିେଲ। ଏଣୁ ଉଭୟଙ୍କ ଇସ୍ତଫା ଆକସ୍ମିକ ବୋଲି କୁହାଯାଇପାରିବ ନାହିଁ।