ଓଡିଆନ୍ ନ୍ୟୁଜ

150

ସଲ୍‌ମାନ୍‌ ଖାନ୍‌ଙ୍କ ପାରିଶ୍ରମିକ ୧ କୋଟି ୮୯ ଲକ୍ଷ,ଲେଖାଶ୍ରୀ ସାମନ୍ତସିଂହାରଙ୍କ ଟ୍ବିଟ୍

Team Odian News |

ଭୁବନେଶ୍ୱର;୩୦/୧୧(ଓଡ଼ିଆନ ନ୍ୟୁଜ ) : କଟକରେ ଆ‌ୟୋଜିତ ହକି ବିଶ୍ବକପ୍‌ ଉତ୍ସବରେ ଯୋଗ ଦେବା ପାଇଁ ବଲିଉଡ୍‌ ତାରକା ସଲମାନ୍ ଖାନ୍‌ ମୋଟା ଅଙ୍କର ପାରିଶ୍ରମିକ ନେଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ସେ ୧ କୋଟି ୮୯ ଲକ୍ଷ ଟଙ୍କା ନେଇଛନ୍ତି ବୋଲି କୁହାଯାଉଛି। ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ଏହି ପାରିଶ୍ରମିକ ଦିଆଯାଇଥିବା ସମ୍ପର୍କିତ ଏକ ଚେକ୍ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ମାତ୍ର ୧୦ ମିନିଟ୍‌ ପାଇଁ ମଞ୍ଚରେ ଉପସ୍ଥିତ ରହି ସଲମାନ୍ ଏତେ ପରିମାଣରେ ଅର୍ଥ ନେଇଥିବାରୁ ବିଭିନ୍ନ ମହଲରେ ସମାଲୋଚନା ଦେଖିବାକୁ ମିଳୁଛି। ଏହାକୁ ନେଇ ରାଜ୍ୟ ରାଜନୀତି ବି ସରଗରମ ହୋଇଛି। ବିଜେପି ଓ ବିଜେଡି ପକ୍ଷରୁ ବାକ୍ ଯୁଦ୍ଧ ଚାଲିଥିଲା ବେଳେ ହକି ଇଣ୍ଡିଆ ପକ୍ଷରୁ ଏହାର ସ୍ପଷ୍ଟୀକରଣ ଦିଆଯାଇଛି। ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଟ୍ବିଟ୍ କରି କହିଥିଲେ, ନିଜ ଆତ୍ମପ୍ରଚାର ପାଇଁ ‘ଶ୍ରେଷ୍ଠ ପ୍ରଶାସକ’ ବୋଲାଉଥିବା ନବୀନ ପଟ୍ଟନାୟକ ଏତେ ପରିମାଣର ଅର୍ଥ ସଲମାନ୍ ଖାନ୍‌ଙ୍କୁ ଦେଇଛନ୍ତି। ଏହି ୧ କୋଟି ୮୯ ଲକ୍ଷ ଟଙ୍କା ଆମ କଷ୍ଟ ଉପାର୍ଜିତ ଧନ, ଏହା ତାଙ୍କ ବାପା ସମ୍ପତ୍ତି ନୁହେଁ ଯେ ନିଜ ଭାବମୂର୍ତ୍ତି ସଜାଡ଼ିବାକୁ ଏହି ଅର୍ଥ ଦେଇଦେଲେ।  ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଟ୍ବିଟ୍ କରି କହିଥିଲେ, ନିଜ ଆତ୍ମପ୍ରଚାର ପାଇଁ ‘ଶ୍ରେଷ୍ଠ ପ୍ରଶାସକ’ ବୋଲାଉଥିବା ନବୀନ ପଟ୍ଟନାୟକ ଏତେ ପରିମାଣର ଅର୍ଥ ସଲମାନ୍ ଖାନ୍‌ଙ୍କୁ ଦେଇଛନ୍ତି। ଏହି ୧ କୋଟି ୮୯ ଲକ୍ଷ ଟଙ୍କା ଆମ କଷ୍ଟ ଉପାର୍ଜିତ ଧନ, ଏହା ତାଙ୍କ ବାପା ସମ୍ପତ୍ତି ନୁହେଁ ଯେ ନିଜ ଭାବମୂର୍ତ୍ତି ସଜାଡ଼ିବାକୁ ଏହି ଅର୍ଥ ଦେଇଦେଲେ। ଏହି ଟ୍ବିଟ୍‌କୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଲା ପରେ ହକି ଇଣ୍ଡିଆ ପକ୍ଷରୁ ଟ୍ବିଟ୍ କରାଯାଇ ଅଭିଯୋଗକୁ ଖଣ୍ଡନ କରାଯାଇଥିଲା। ଏଥିରେ କୁହାଯାଇଛି, ଭୁବନେଶ୍ୱରରେ ଉଦ୍‌ଘାଟନୀ ଉତ୍ସବ ଓ କଟକରେ ଉତ୍ସବ ପାଇଁ ହକି ଇଣ୍ଡିଆର ପ୍ରାୟୋଜକମାନେ ଆର୍ଥିକ ସହାୟତା ଦେଇଥିଲେ। ଓଡ଼ିଶା ସରକାର ଏହି ଅର୍ଥ ଦେଇ ନାହାନ୍ତି। ଏହା ସହ ସହାୟତା ଯୋଗାଇଥିବା ସମସ୍ତଙ୍କୁ ହକି ଇଣ୍ଡିଆ ପକ୍ଷରୁ ଧନ୍ୟବାଦ ଦିଆଯାଇଛି। ଲେଖାଶ୍ରୀ ଏହା ଉପରେ ପ୍ରଶ୍ନ କରିଛନ୍ତି, ଓଡ଼ିଶା ସରକାରଙ୍କ ଠାରୁ ପ୍ରା‌େୟାଜକ ଭାବେ ହକି ଇଣ୍ଡିଆ କେତେ ଅର୍ଥ ପାଇଛି, ତାହା ସର୍ବସାଧାରଣରେ ପ୍ରକାଶ କରାଯାଉ। ଏହା ସହ କେଉଁ ପ୍ରାୟୋଜକ କେତେ ଅର୍ଥ ଦେଇଛନ୍ତି, ତାହା ମଧ୍ୟ ଲୋକଙ୍କୁ ହକି ଇଣ୍ଡିଆ ଜଣାଉ। ନବୀନ ବାବୁ ଏହାକୁ ରାଜ୍ୟ ସରକାରଙ୍କର, ବିଶେଷ କରି ବିଜେଡିର କାର‌୍ୟ୍ୟକ୍ରମ ଭାବେ ପ୍ରଚାର କରୁଛନ୍ତି। ଓଡ଼ିଶା ରାଜକୋଷରୁ କେତେ ଅର୍ଥ ବ୍ୟୟ ହୋଇଛି, ତାହାକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ସେ ଦାବି କରିଛନ୍ତି।