ଓଡିଆନ୍ ନ୍ୟୁଜ

144

ନିକି-ପ୍ରିୟଙ୍କାଙ୍କ ବିବାହ କାଲି

Team Odian News |

 ନିକି-ପ୍ରିୟଙ୍କାଙ୍କ ବିବାହ କାଲି


(ଓଡ଼ିଆନ ନ୍ୟୁଜ):ଦୀପିକା ରଣବିରଙ୍କ ପରେ ଆସନ୍ତା କାଲି ଅର୍ଥାତ ଡ଼ିସେମ୍ବର ୧ତାରିଖରେ ବି-ଟାଉନର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପ୍ରେମିକ ନିକି ଜୋନାସଙ୍କ ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଯୋଡ଼ିଙ୍କ ବିବାହ ପାଇଁ ଯୋଧପୁରରେ ସମସ୍ତ ଆୟୋଜନ ସରିଥିବା ବେଳେ ଆଜି ସଙ୍ଗୀତ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଉଭୟ ନିକି ଓ ପ୍ରିୟଙ୍କାଙ୍କ ହାତରେ ମେହେନ୍ଦିବି ଲାଗି ସାରିଛି । ମେହେନ୍ଦି ଉତ୍ସବରେ ପ୍ରିୟଙ୍କା ହଳଦୀ ରଙ୍ଗର ଲେହେଙ୍ଗା ଓ ନିକି ରୂପେଲି ରଙ୍ଗର କୁରତା ପାଇଜାମ ପିନ୍ଧି ପୁରା ଫିଲ୍ମ ଅନ୍ଦାଜରେ ପହଁଚିଥିଲେ । ମେହେନ୍ଦି ପରେ ସନ୍ଧ୍ୟାରେ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।  ଦୀପବିରଙ୍କ ଭଳି ଏମାନଙ୍କର ମଧ୍ୟ ଦୁଇଥର ବିବାହ ହେବ ୧ତାରିଖରେ ପାଶ୍ଚାତ୍ୟ ପରମ୍ପରା ଓ ୨ତାରିଖରେ ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହ ହେବ ଅନୁଷ୍ଠିତ ହେବ । ପାଶ୍ଚାତ୍ୟ ପରମ୍ପରାରେ ହେବାକୁ ଥିବା ବିବାହରେ ପ୍ରିୟଙ୍କା ଧଳା ଗାଉନ ପିନ୍ଧବେ । ସେହିଭଳି ରବିବାର ହିନ୍ଦୁ ପରମ୍ପରା ଅନୁଯାୟୀ ହେବାକୁ ଥିବା ବିବାହରେ ନିକି ହେଲିକପ୍ଟରେ ଏଣ୍ଟି କରିବା ସହ ଘୋଡ଼ା ଚଢି ବରଯାତ୍ରି ନେଇକି ଯିବେ ବୋଲି ସୂଚନା ମିଳୁଛି । ଯୋଧପୁରରେ ପରିବାର ଲୋକ ଓ କିଛି ଅନ୍ତରଙ୍ଗ ବନ୍ଧୁଙ୍କ ଉପସ୍ଥିତିରେ ନିକି ଓ ପ୍ରିୟଙ୍କାଙ୍କ ବିବାହ ହେବ । ବିବାହ ଉତ୍ସବ ୪ଦିନ ଚାଲିବ ବୋଲି ସୂଚନା ମିଳିଥିବା ବେଳେ ବିବାହ ପରେ ଦିଲ୍ଲୀ ଓ ମୁମ୍ବାଇରେ ଉଭୟ ରିସ୍ପସନ ପାର୍ଟି ରଖିଛନ୍ତି ।