ଓଡିଆନ୍ ନ୍ୟୁଜ

285

ଗୃହିଣୀଙ୍କ ପାଇଁ

Team Odian News |

ଗୃହିଣୀଙ୍କ ପାଇଁ 

 
୩୦/୧୧(ଓଡ଼ିଆନ ନ୍ୟୁଜ )ଗୃହିଣୀମାନେ ରୋଷେଇ ଘରେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ଯେପରିକି ତେଲ ଦାଗ, ବାସନ ପୋଡ଼ା ଦାଗ ନଛାଡ଼ିବା ପ୍ରଭୃତି । ଏହି ଭଳି ସମସ୍ୟାର ସହଜ ସମାଧାନ ପାଇଁ ଆପଣାନ୍ତୁ ଏହି କିଛିଟି ସହଜ ଉପାୟ  ।
- ଯଦି ଆପଣଙ୍କ ବେସିନରେ ପାଣି ଯାଉନି ତେବେ କିଛି ଖାଇବା ସୋଢା ବେସିନର୍ୱୂହଁରେ ରଖି ତାରି ଉପରେ ଲେମ୍ବୁ ଗୋଟେ ଚିପୁଡ଼ି ଦିଅନ୍ତୁ । ଏହିଭଳି ୧ଘଣ୍ଟାୂ ଛାଡ଼ି ଦିଅନ୍ତୁ ଦେଖିବେ ଆପଣଙ୍କ ବେସିନ ସମ୍ପୂର୍ଣ୍ଣ ଭାବରେ ସଫା ହେବା ସହ ପାଣି ଜମିବା ସମସ୍ୟା ଦୂର ହୋଇଯିବ ।
- ଯଦି ବାସନ ମାଜିବା ପରେବି ତେଲିଆ ହୋଇଛ଼ୁ ତେବେ ଲେମ୍ବୁ ଫାଳରେ ଅଳ୍ପ କିଛି ଲୁଣ ମିଶାଇ ବାସନାସାରା ରଗଡ଼ନ୍ତୁ ଦେଖିବେ କିଛି ସମୟ ଭିତରେ ତେଲିଆ ଅଂଶ ଦୂର ହୋଇଯିବ ।
- ସେହିଭଳି ମିକ୍ସଚର ଗ୍ରାଇଣ୍ଡର ଯଦି ଶୁଖିଯାଇଛି, ସେଥିରୁ ବଟା ହୋଇଥିବା ବିରି ବା ମସଲା ଛାଡ଼ୁନି ତେବେ ଅଳ୍ପ ଲୁଣ ଓ ପାଣି ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ ଦେଖିବେ ସମ୍ପୂଣ୍ଣ ସଫା ହୋଇଯିବ ।
- କୌଣସି ବାସନ ରୋଷେଇ ସମୟରେ ପୋଡ଼ିଯାଇଛି, ଦାଗ ଛାଡ଼ୁନି ତେବେ କେଇ ଖଣ୍ଡ ଲେମ୍ବୁ ଓ ଅଳ୍ପ ପାଣି ଦେଇ ତାହାକୁ ଗରମ କରିଦିଅନ୍ତୁ ଦେଖିବେ ପୋଡ଼ା ଦାଗ ଚୁଟକିରେ ଛାଡ଼ି ଯିବ ।
- କୌଣସି ସ୍ଥାନରେ ବା ପୋଷାକରେ ମହମବତୀ ପଡ଼ିଯାଇଥିଲେ ତାହାକୁ ଛଡ଼ାଇବା ପାଇଁ ଆପଣ ମହମବତୀ ଦାଗ ଉପରେ ଗୋଟିଏ ଟିସୁପେପର ବା ଯେକୌଣସି କାଗଜ ପକାଇ ତାହାରି ଉପରେ ଗରମ ଆଇରନ ମଡ଼ାଇ ଦିଅନ୍ତୁ ଦେଖିବେ ସାଙ୍ଗେ ସାଙ୍ଗେ ଦାଗ ଛାଡ଼ିଯିବ ।
- ପଢିବା ସମୟରେ ଯଦି ମାର୍କରରେ ଭୂଲରେ ଗାର ଟାଣି ହୋଇଯାଇଛି ତେବେ ଗୋଟିଏ ତୁଳାରେ ଦୁଇ ବୁନ୍ଦା ଲେମ୍ବୁ ରସ ନେଇ ସେହି ସ୍ଥାନରେ ମାରନ୍ତୁ ଛାଡ଼ି ଯିବ ।