ଓଡିଆନ୍ ନ୍ୟୁଜ

267

ଘାଟିରୁ ୧୫୦ ଫୁଟ ତଳକୁ ଖସିଲା ଟ୍ରକ୍

Team Odian News |

ଘାଟିରୁ ୧୫୦ ଫୁଟ ତଳକୁ ଖସିଲା ଟ୍ରକ୍


 ଗଜପତି,୩୦/୧୧(ଓଡ଼ିଆନ ନ୍ୟୁଜ ): ଆର.ଉଦୟଗିରି ବାଦପୁର ଘାଟିରୁ ୧୫୦ ଫୁଟ ତଳକୁ ଖସିଲା ଟ୍ରକ୍ । ଏହି ଦୁର୍ଘଟଣାରେ ୩ ଜଣକର ମୃତ୍ୟ ହୋଇଛି । ପାରଳାଖେମୁଣ୍ଡିରୁ ଆର.ଉଦୟଗିରି ରିଲିଫି ସାମଗ୍ରୀ ନେଇ ଯାଉଥିଲା ଟ୍ରକଟି  । ମୃତକମାନେ ହେଲେ ଲୋଟିନ୍ତି ରାମାରାଓ, ମଳୟ ତ୍ରିପାଠୀ ଓ ନାରାୟଣ ରାଓ, ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି  ଜିଲ୍ଲାପାଳ। ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନ ୧୨.୩୦ରେ ଆର୍, ଉଦୟଗିରି ଠାରୁ ୨କିମି ଦୂର ବାଦପୁର ଘାଟିରେ ପାରଳାଖେମୁଣ୍ଡି ପଟୁ ରିଲିଫ ସମାଗ୍ରୀ ନେଇ ଆସୁଥିବା ଏକ ଟ୍ରକ୍ ଦ୍ରୁତଗତିରେ ଆସୁଥିବା ସମୟରେ ହଠାତ୍ ୧୫୦ ଫୁଟ୍ ତଳକୁ ଭାରସ୍ୟମ ହରାଇ ଖସି ପଡ଼ିଥିଲା।