ଓଡିଆନ୍ ନ୍ୟୁଜ

172

ପୁରୁଷ ହକି ବିଶ୍ୱକପ୍‌: ଇଂଲଣ୍ଡକୁ ଟକ୍କର ଦେଲା ଚୀନ

Team Odian News |

ପୁରୁଷ ହକି ବିଶ୍ୱକପ୍‌: ଇଂଲଣ୍ଡକୁ ଟକ୍କର ଦେଲା ଚୀନ

ଭୁବନେଶ୍ୱର,୩୦/୧୧(ଓଡ଼ିଆନ ନ୍ୟୁଜ ): ବିଶ୍ୱକପ୍‌ ମ୍ୟାଚରେ ଶୁକ୍ରବାର ଚୀନ ଇଂଲଣ୍ଡ ବିପକ୍ଷରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ତୃତୀୟ ଦିବସରେ ଶୁକ୍ରବାର ଇଂଲଣ୍ଡକୁ କଡା ମୁକାବିଲା କରିଛି। ମ୍ୟାଚ ୨-୨ରେ ଟାଇ ହେବା ପରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୬ଷ୍ଠ ମ୍ୟାଚରେ ଚୀନ ତା’ର ପଦାର୍ପଣ ମ୍ୟାଚରେ ଲଢୁଆ ମନୋଭାବ ନେଇ ଖେଳିଛି। ଆଜିର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆର ଖେଳାଳିମାନେ ଆୟରଲାଣ୍ଡ ବିପକ୍ଷରେ ଆକ୍ରମଣାତ୍ମକ ଶୈଳୀରେ ଖେଳିଛନ୍ତି। ଆୟରଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୨-୧ ଗୋଲରେ ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଗୋଭର ଓ ବ୍ରାଣ୍ଡ ଗୋଲ ଦେଇଥିବା ବେଳେ ଆୟରଲାଣ୍ଡର ଖେଳାଳି ଡୋନେଗହୁ ଏକମାତ୍ର ଗୋଲ ଦେଇଥିଲେ। ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୫ମ ମ୍ୟାଚରେ ଆୟରଲାଣ୍ଡ ବିପକ୍ଷରେ ମ୍ୟାଚ ଜିତିବା ପାଇଁ ଅଷ୍ଟ୍ରେଲିଆ ପୂର୍ବରୁ ରଣନୀତି କରିଥିଲା।