ଓଡିଆନ୍ ନ୍ୟୁଜ

120

ଗୁଡ ନ୍ୟୁଜ୍ ଇଣ୍ଡିଆର ୨୬ଟି ଶାଖା ବନ୍ଦ ହେବ

Team Odian News |


ଗୁଡ ନ୍ୟୁଜ୍ ଇଣ୍ଡିଆର ୨୬ଟି ଶାଖା ବନ୍ଦ ହେବ 


ଭୁବନେଶ୍ୱର,୧/୧୨(ଓଡ଼ିଆନ ନ୍ୟୁଜ ): ଢେଙ୍କାନାଳ ଆଶ୍ରୟ ଗୃହରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ପ୍ରସଙ୍ଗରେ  ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଆଶ୍ରୟ ଗୃହର ମୁଖ୍ୟ ଫୟାଜ ରେହମାନଙ୍କୁ ଗିରଫ କରାଯାଇଛି, ଆଶ୍ରୟ ଗୃହର ଅନ୍ୟ କର୍ମକର୍ତ୍ତା ବି ଗିରଫ ହେବେ। ବେଆଇନ ଭାବେ ଗୁଡ ନ୍ୟୁଜ୍ ଇଣ୍ଡିଆ ଆଶ୍ରୟ ଗୃହ ଚାଲିଥିବାର ଜଣାପଡିଛି।.ଗୁଡ ନ୍ୟୁଜ୍ ଇଣ୍ଡିଆର ୨୬ଟି ଶାଖାକୁ ବନ୍ଦ କରାଯାଇ  ଆଶ୍ରୟ ଗୃହର ରହିଥିବା ୬୨ ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି।  ଏହା ବ୍ୟତୀତ ରାଜ୍ୟର ଚାଲୁଥିବା ଅନ୍ୟ ବେଆଇନ ଆଶ୍ରୟ ଗୃହର ଯାଞ୍ଚ ପାଇଁ ମଧ୍ୟ ସେ କହିଛନ୍ତି ।