ଓଡିଆନ୍ ନ୍ୟୁଜ

171

ପାକିସ୍ତାନକୁ ୧-୦ ଗୋଲରେ ହରେଇଲା ଜର୍ମାନୀ

Team Odian News |

ପାକିସ୍ତାନକୁ ୧-୦ ଗୋଲରେ ହରେଇଲା ଜର୍ମାନୀ  


ଭୁବନେଶ୍ୱର,୧/୧୨(ଓଡ଼ିଆନ ନ୍ୟୁଜ ): ବହୁ ପ୍ରତୀକ୍ଷିତ ‘ପୁଲ-ଡି’ର ଦ୍ୱିତୀୟ ମ୍ୟାଚରେ ଆଜି  ପାକିସ୍ତାନକୁ ଜର୍ମାନୀ ୧-୦ ଗୋଲରେ ହରେଇଛି । ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୮ମ ମ୍ୟାଚ୍‌ରେ ଉଭୟ ପାକିସ୍ତାନ ଏବଂ ଜର୍ମାନୀର ଖେଳାଳିମାନେ ଲଢୁଆ ପ୍ରଦର୍ଶନ କରିଛନ୍ତି। ଫଳରେ ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିଲା। ସେହିଭଳି ଦ୍ୱିତୀୟ କ୍ୱାର୍ଟରେ ମଧ୍ୟ କୌଣସି ଗୋଲ ହୋଇ ନଥିଲା। ତୃତୀୟ କ୍ୱାର୍ଟରରେ ଜର୍ମାନୀ ଗୋଟିଏ ଗୋଲ ଦେଇଥିଲା। କଳିଙ୍ଗ ହକି ଗ୍ରାଉଣ୍ଡରେ ଦର୍ଶକମାନେ ଏହି ମ୍ୟାଚ ଦେଖିବା ପାଇଁ ବେଶ୍‌ ଉତ୍ସାହିତ ଥିଲେ। ଆଜିର ପ୍ରଥମ ମ୍ୟାଚରେ ନେଦରଲାଣ୍ଡ ଏକତରଫା ବିଜୟୀ ହୋଇଥିଲା। ପୂର୍ବରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ନେଦରଲାଣ୍ଡ ୭-୦ ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା।