ଓଡିଆନ୍ ନ୍ୟୁଜ

98

କେବିସିରେ ଭାଗ ନେବେ ପିବି ସିନ୍ଧୁ, ବିଗ୍ ବି ମଧ୍ୟ ତାଙ୍କ ପ୍ରଶଂସକ

Team Odian News |

କେବିସିରେ ଭାଗ ନେବେ ପିବି ସିନ୍ଧୁ, ବିଗ୍ ବି ମଧ୍ୟ ତାଙ୍କ ପ୍ରଶଂସକ
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୮(ଓଡ଼ିଆନ୍ ନ୍ୟୁଜ୍ ଟିମ୍ ): ଅମିତାଭ ବଚ୍ଚନଙ୍କ ଶୋ କୌନ ବନେଗା କରୋଡପତି ସିଜିନ୍‌ ୯ ଏକ ମାସ ମଧ୍ୟରେ ସମସ୍ତ ଶୋର ଟିଆର୍‌ପିକୁ ପଛରେ ପକାଇଛି । ଚଳିତ ବର୍ଷ ଏହି ଶୋରେ ଏକ ଖାସ୍‌ ଅଧ୍ୟାୟ ନଇ ଚାହ ନଇ ରାହ ଯୋଡାଯାଇଛି । ଏହି ନଇ ଚାହ ନଇ ରାହ ଏପିସୋଡ୍‌ରେ ଦୁନିଆର ଜଣାଶୁଣା ହସ୍ତୀମାନେ ଆସିଥାନ୍ତି । ମିତାଲି ରାଜ, ସୁପର ୩୦ ସଂସ୍ଥାପକ ଆନନ୍ଦ କୁମାର ଏହି ଶୋକୁ ଆସି ସାରିଛନ୍ତି । ଏବେ ଖେଳ ଦୁନିଆର ଆଉ ଜଣେ ନାମୀ ହସ୍ତୀ କୌନ ବନେଗା କରୋଡ୍‌ପତିକୁ ଆସିବାକୁ ଯାଉଛନ୍ତି । ଏ ବାବଦରେ ଅମିତାଭ ବଚ୍ଚନ ନିଜେ ଟୁଇଟ୍‌ କରି ଜଣାଇଛନ୍ତି । ଅମିତାଭ ଟୁଇଟ୍‌ କରି କହିଛନ୍ତି ବ୍ୟାଡ୍‌ମିଣ୍ଟନ ଚାମ୍ପିଅନ ପିବି ସିନ୍ଧୁ ଯଥାଶୀଘ୍ର ତାଙ୍କ ଶୋରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି । ଆହୁରିମଧ୍ୟ ଅମିତାଭ ବଚ୍ଚନ କହିଛନ୍ତି କି ପିବି ସିନ୍ଧୁଙ୍କ ସହ ଶୁଟିଂ କରି ଗୌରବ ଅନୁଭବ କରୁଛନ୍ତି । ନିକଟରେ ସିନ୍ଧୁ କୋରିଆ ଓପନ ସୁପର ସିରିଜ ମହିଳା ସିଙ୍ଗଲ୍ସ ଫାଇନାଲରେ ଜାପାନର ନୋଜୋମି ଓକୁହରାଙ୍କୁ ହରାଇଥିଲେ ।