ଓଡିଆନ୍ ନ୍ୟୁଜ

121

ଜଳବାୟୁ ପରିବର୍ତ୍ତନ ଭାରତ ପାଇଁ ବିପଦ

Team Odian News |

ଜଳବାୟୁ ପରିବର୍ତ୍ତନ ଭାରତ ପାଇଁ ବିପଦ
ନୂଆଦିଲ୍ଲୀ,୨୮/୯(ଓଡ଼ିଆନ୍ ନ୍ୟୁଜ୍ ଟିମ୍)ସମଗ୍ର ବିଶ୍ୱ ପାଇଁ ଜଳବାୟୁ ପରିର୍ତ୍ତନ ଏବେ ବଡ଼ ସମସ୍ୟା ହୋଇ ଛିଡ଼ା ହେଇଛି  । ଏହି ସମସ୍ୟା ଦିନକୁ ଦିନ ଅଧିକରୁ ଅଧିକ ଘନେଇବାକୁ ଲାଗିଲାଣି । କେବଳ ବିଶ୍ୱ ନୁହେଁ ଜଳବାୟୁ ପରିବର୍ତ୍ତନର  କୁପ୍ରଭାବ ଭାରତଉପରେ ମଧ୍ୟ ଅନୁଭୁତ ହେଉଛି । ଜଳୟବାୟୁ ପରିବର୍ତ୍ତନ ଦ୍ୱାରା ଭାରତରେ ଅନିୟମିତତା ବର୍ଷା ହେବାସହ ମୌସୁମିରେ ମଧ୍ୟ ଅନିୟମିତତା ଦେଖାଦେଉଛି । ଏହାସହ କେତେକ ସ୍ଥାନରେ  ବର୍ଷାର ପରିମାର କମିବା ସହ ଜଳ ସଙ୍କଟ ଦେଖା ଦେଉଥିବା ବେଳେ ଆଉ କେତେକ ସ୍ଥାନରେ ଅଧିକ ବର୍ଷା ହୋଇ ବନ୍ୟାରେ ଉବୁଟୁବୁ ହେଉଛି । କେବଳ ବର୍ଷା ନୁହେଁ ଏହା ଭାରତର ଭୌଗଳିକ ସ୍ତରରେ ଓ ଅର୍ôଥକ କ୍ଷେତ୍ରକୁ ପ୍ରଭାବିତ କରୁଛି । ଜଳବାୟୁ ପରିବର୍ତ୍ତନ କାରଣରୁ ଭାରତ ମୁଖ୍ୟ ଅର୍ଥ ରୋଜଗାର ମାଧ୍ୟମ କୃଷି ୁପରେ ପଡ଼ିବା ସହ ଫସଲ ଅମଳ କମ ହେଉଛି । ଆଗାମୀ ଦିନରେ ଏହି ଜଳବାୟୁ ପରିବର୍ତ୍ତନ ଭାରତର ଅନେକ କ୍ଷେତ୍ରକୁ ପ୍ରଭାବିତ କରିବାର ଆଶାଙ୍କ ଦେଖାଦେଇଛି  ।  
ପ୍ରଭାବିତ ହେବ କୃଷି ଓ କୃଷକ
ପାର୍ଲାମେଣ୍ଟ କମିଟିର ଏକ  ରିର୍ପୋଟ ଅନୁଯାୟୀ, ଭାରତର ମୁଖ୍ୟ ରୋଜଗାର ମଧ୍ୟମ କୃଷି ଉତ୍ପାଦନ ଆଗମୀ ଦିନରେ କମି ୧୦ରୁ୪୦ ପ୍ରତିଶତ  ରହିବ, ଯଦି ଏଥିରେ ନୂତନ ବା ଉନ୍ନତମାନର  ଜ୍ଞାନ କୌଶଳ ପ୍ରୟୋଗ କରାନଯାଏ । ଏହି ରିର୍ପୋଟ ଅନୁଯାୟୀ ଜଳବାୟ ପରିବର୍ତ୍ତନ କାରଣରୁ ଭାରତରେ ଧାନ, ଗହମ ଓ ଡ଼ାଲିଜାତୀୟ ଶଷ୍ୟର ଉତ୍ପାଦନ ହ୍ରାସ ପାଇବା ସଙ୍ଗେସଙ୍ଗେ ନଡ଼ିଆ ଆଳୁ ଭଳି ଶଷ୍ୟର ଉତ୍ପାଦନ ବୃଦ୍ଧି ହେବ । ଏହାସହ ଚାଷ କ୍ଷେତ୍ରରେ  ଉନ୍ନତମାନର  ଜ୍ଞାନକୌଶଳ ପ୍ରୟୋଗର ଆବଶ୍ୟକତା ରହୁଥିବାରୁ ଚାଷୀମାନଙ୍କୁ  ଅଧି ଖର୍ଚ୍ଚାନ୍ତ ହେବାକୁ ପଡ଼ିବା ସହ  କୃଷକମାନେ ଗରିବିଆଡ଼କୁ ଗତିକରିବେ । ଏହାସହ ବିପର୍ଯୟ  ପରିଚାଳନା ପାଇଁ ସ୍ୱତନ୍ତ୍ର ଯୋଜନା ସହ ଅର୍ଥନୈତିକ ବିମାରେ ସୁବିଧା କୃଷକମାନଙ୍କ ପାଇଁ କରିବାକୁ ପଡ଼ିପାରେ ଯାହାକି କୃଷିର ଅନିୟନ୍ତ୍ରଣ ଉତ୍ପାଦନର ଭରଣାରେ ସହାୟକ ହେବ ହେଲେ ଏଥି ପାଇଁ ଦେଶରେ ସାମାଜିକ ଓ ଅର୍ଥନୈତିକ ବିପର୍ଯ୍ୟୟ ଦେଖାଦେବ । 
ପୋଷକ ହିନ୍ନ ଶରୀର ହେବ
ଜନସଂଖ୍ୟା ବିଷ୍ଫୋରଣ ଓ ଦୃତ ସହରୀକରଣ ଖାଦ୍ୟ-ଶସ୍ୟର ଚାହିଦା ବହୁମାତ୍ରାରେ ବଢାଉଥିବା ବେଳେ ଭାରତରୁ ଉତ୍ପାଦିତ ଶସ୍ୟ ଏହାର ଭରଣା କରିପାରିବ ନାହିଁ  । ଏଥି ପାଇଁ ବାହାର ଦେଶରୁ ଖାଦ୍ୟ ମଗାଇବାକୁ ପଡ଼ିବ ।  ବର୍ତ୍ତମାନ ସ୍ଥିତିରେ ଭାରତର ଅବସ୍ଥା ରହିଲେ ଭାରତର ଚାହିଦା ପୁରଣ ପାଇଁ ୨୦୩୦ ମସିହା ପର୍ଯ୍ୟନ୍ତ ସମୟ ଲାଗିବ ବୋଲି ବିଶେଷଜ୍ଞମାନେ ଉଚ୍ଛ ଦେଇଛନ୍ତି । ଏ ନେଇ ପାର୍ଲାମେଣ୍ଟାରି ଷ୍ଟାଡ଼ିଙ୍ଗ୍ କମିଟି କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଭାରତୀୟ କୃଷିକ୍ଷେତ୍ର ପାଇଁ ଏକ ବିରାଟ ସଙ୍କଟ ଆଣିବା ସହ ଭାରତୀୟ  କୃଷକମାନଙ୍କର ନିମ୍ନମାନର ଗ୍ରହଣୀୟତା ଭାରତର ଖାଦ୍ୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବ ।
ଭାରତରେ ଆବଶ୍ୟକ ଖାଦ୍ୟ
ଭାରତର ଖାଦ୍ୟ ଶଷ୍ୟର ଉତ୍ପାଦନ ୨୦୧୬-୧୭ ମସିହାରେ ହାରାହାରି ୨୭୫.୬୮ ମିଲିୟନ ଟନ ରହିଥିବାର  ଆସିଏଆର ରିର୍ପୋଟରୁ ଜଣାପଡ଼ିଛି । ଭାରତରେ କୃଷିଜାତ ଶଷ୍ୟ ସହିତ ପନିପରିବା,ଦୁଗ୍ଧ ଏବଂ ପ୍ରାଣୀ ଜାତ ଦ୍ରବ୍ୟର ଆବଶ୍ୟକତା ୨୦୩୦ସୁଦ୍ଧା ୩୪୫ ମିଲିୟନ ଟନସରେ ପହଁଚିବ । ହେଲେ ଭାରତରେ ଏହାର ଉତ୍ପାଦନ ସେହି ମାତ୍ରରେ ନାହିଁ ।
ଜଳବାୟୁ ପରିବର୍ତ୍ତନର ଫଳାଫଳ ଓ କାରଣ
ଜଳବାୟୁ ପରିବର୍ତ୍ତନ ଓ ପାଣିପାଗର ବିଭିଷିକା ଖୁବ କମ ବର୍ଷ ମଧ୍ୟରେ ଅନେକ କ୍ଷୟକ୍ଷତି ଘଟାଇବ । ଏଥି ପାଇଁ  ଭାରତୀୟମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିପାରେ । ଏହା ଫଳରେ, ବନ୍ୟା, ମରୁଡ଼ି,ସୁନାମି ସହିତ ଖାଦ୍ୟ ଉତ୍ପାଦନ କମ୍ ରହି ଖାଦ୍ୟ ସୁରକ୍ଷା ପ୍ରତି ଅନେକ ବିପଦ ସୃଷ୍ଟି କରିବ । ସାଧାରଣତଃ ଜଳବାୟୁ ପରିବର୍ତ୍ତନ ସିଧାସଳଖ ହୋଇଥିଲେ ହେଁ ଏଥି ପାଇଁ କେତେକ କାରକ ଦାଇ ରହିଥିବାର ବୈଜ୍ଞାନିକମାନେ ମତ ଦେଇଛନ୍ତି । ବାୟୁ ପ୍ରଦୃଷଣ ସାଙ୍କକୁ ପାଣିପାଗରେ ଘଟୁଥିବା ବାରମ୍ବାରତା ଓ ବହୁ ଅସ୍ୱଭାବିକତା ଏଥି ପାଇଁ ଦାୟି ବୋଲି ଜଣାପଡ଼ିଛି  ।