ଓଡିଆନ୍ ନ୍ୟୁଜ

257

ଘୁଞ୍ଚିଲା ଏଏସଓ ପରୀକ୍ଷା

Team Odian News |

ଘୁଞ୍ଚିଲା ଏଏସଓ ପରୀକ୍ଷା ଭୁବନେଶ୍ୱର,୩/୧୨(ଓଡିଆନ୍ ନ୍ୟୁଜ):ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ଆସିଷ୍ଟାଂଟ ସେକ୍ସନ ଅଫିସର(ଏଏସଓ)ର ଲିଖିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ମାସ ୨୩ ତାରିଖରେ ଏହି ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ବର୍ତମାନ ଏହି ସମୟକୁ ପରିବର୍ତନ କରାଯାଇଛି । ଜାନୁୟାରୀ ୨୦ ତାରିଖରେ ଉକ୍ତ ପରୀକ୍ଷା କରାଯିବ। ଏହି ପରୀକ୍ଷା ପାଇଁ ଆବେଦନ ପତ୍ର ଅଧିକା ଆସିଥିବାରୁ ଲିଖିତ ପରୀକ୍ଷା ବିଳମ୍ବ ଘଟୁଛି । ଏଥିପାଇଁ ପରୀକ୍ଷା ସୂଚିକୁ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି। ବିଭାଗ ପକ୍ଷରୁ କୁହାଯାଇଛି ଏଏସଓର ପରୀକ୍ଷା ସୂଚି ଖୁବଶୀଘ୍ର ମିଳିବ। ପ୍ରମୁଖ ଖବର କାଗଜ ଓ ଓପିଏସସି.ଜିଓଭି.ଇନ୍ ସାଇଟରେ ପରୀକ୍ଷାର୍ଥୀମାନେ ଏ ସମ୍ପର୍କୀତ ସୂଚନା ପାଇପାରିବେ।