ଓଡିଆନ୍ ନ୍ୟୁଜ

858

ବାସଙ୍ଗ, ଶ୍ୱାସକୁ କରେ ନାସ

Team Odian News |

 ବାସଙ୍ଗ, ଶ୍ୱାସକୁ କରେ ନାସ

 (ଆମ ସ୍ୱାସ୍ଥ୍ୟ ଆମ ପାଖରେ) 
ଏବେ ଶୀତ ଦିନ  । ବୟସ୍କ ଓ ଶ୍ୱାସରୋଗୀ ମାନେ  ଥଣ୍ଡା କାରଣରୁ ଏବେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି  ।  ଶୀତ ଦିନେ ଏହି ରୋଗର ନିଦାନ ପାଇଁ ଆମ ହାତପାହାନ୍ତାରେ ବାଡ଼ିଗବିଚାରେ ରହିଥିବା ବାସଙ୍ଗ ଗଛକୁ ବ୍ୟବହାର କରି ରୋଗରୁ ଉପଶମ ହୋଇପାରିବେ ବିନା ଖର୍ଚ୍ଚରେ  । କିନ୍ତୁ ଗଛକୁ ଚିହ୍ନିବା ଦରକାର  । ବାସଙ୍ଗ ଗଛକୁ ଚିହ୍ନିବା ସହିତ ତାର ସମସ୍ତ ଅଂଶ ଯଥା, ପତ୍ର , ଫୁଲ, ଫଳ ଓ କାଣ୍ଡ ପ୍ରଭୃତିକୁ ଶୁଖାଇ ରଖିବେ  । ସେ ସବୁକୁ ଚୁର୍ଣ୍ଣକରି ୧୦ ଗ୍ରାମ ହିସାବରେ ଦିନକୁ ଦୁଇ ଥର ସକାଳ ଓ ସନ୍ଧ୍ୟା ସମୟରେ ଅଳ୍ପ ମହୁ ସହିତ ମିଶାଇ ସେବନ କଲେ, ଶ୍ୱାସ ଏବଂ କାସ ଜନିତ ରୋଗରୁ ଉପଶମ ମିଳିପାରିବ