ଓଡିଆନ୍ ନ୍ୟୁଜ

170

୬ଟି ଉପକୂଳ ଜିଲାର ୩୨୮ଟି ସୁନାମି ପ୍ରବଣ ଗ୍ରାମ ସେପ୍ଟେମ୍ବର ୨୮ରେ ମକ୍‍ଡ୍ରିଲ୍‍ ।

Team Odian News |

୬ଟି ଉପକୂଳ ଜିଲାର ୩୨୮ଟି ସୁନାମି ପ୍ରବଣ ଗ୍ରାମ
 ସେପ୍ଟେମ୍ବର ୨୮ରେ  ମକ୍‍ଡ୍ରିଲ୍‍ ।  

ଭୁବନେଶ୍ୱର,୨୮ା୯(ଓଡ଼ିଆନ୍‍ ନ୍ୟୁଜ୍‍): ରାଜ୍ୟର ୬ଟି ଉପକୂଳ ଜିଲାର ୨୨ଟି ବ୍ଲକ୍‍ର ୩୨୮ଟି ସୁନାମି ଚିହ୍ନଟ ଗ୍ରାମମାନଙ୍କରେ ଆସନ୍ତା ପେପ୍ଟେମ୍ବର ମାସ ୨୬ ତାରିଖ ଦିନ ଓସ୍‍ଡମା ଏବଂ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ମକ୍‍ଡ଼୍ରିଲ୍‍ ହେବା ନେଇ ଜଣାପଡିଛି  । ଏ ସଂପର୍କରେ ଶନିବାର ରାଜ୍ୟ ଓସ୍‍ଡ଼ମା ଡିଜିଏମ୍‍ ପ୍ରଶାନ୍ତ କୁମାର ନାୟକ ସୂଚନା ଦେଇଛନ୍ତି  । 
ସମୁଦ୍ର ଉପକୂଳରୁ ମାତ୍ର ଦେଢ଼ କିଲୋମିଟର ମଧ୍ୟରେ ରାଜ୍ୟର କୋଷ୍ଠ ଲାଇନ୍‍ରେ ଅବସ୍ଥିତ ୬ଟି ଜିଲାର ୩୨୮ଟି ଗ୍ରାମକୁ ସରକାର ସୁନାମି ପ୍ରବଣ ଭାବେ ଚିହ୍ନଟ କରିଛନ୍ତି  । ରାଜ୍ୟର କେନ୍ଦ୍ରାପଡାର ୬୪ଟି ଗ୍ରାମ, ଜଗତ୍‍ସିଂହପୁରର ୨୮ଟି ଗ୍ରାମ, ପୁରୀର ୮୮ଟି ଗ୍ରାମ, ଗଞ୍ଜାମର ୪୪ଟି ଗ୍ରାମ, ବାଲେଶ୍ୱରର ୬୩ଗ୍ରାମ ଏବଂ ଭଦ୍ରକ ଜିଲାର ୪୧ଟି ଗ୍ରାମକୁ ସୁନାମି ଆଶଙ୍କା ଥିବାର ଚିହ୍ନଟ କରାଯାଇଛି  । 
କେନ୍ଦ୍ରସରକାରଙ୍କ ଗୃହମନ୍ତ୍ରାଳୟ ଏବଂ ଓସଡ୍‍ମା ସହଯୋଗରେ ହେବାକୁ ଥିବା ଏହି  ମକ୍‍ଡ୍ରିଲ୍‍ରେ ନୌସେନା, ତଟରକ୍ଷୀ ବାହିନୀ, ମତ୍ସଜିବୀ ଅଧିକାରୀ, ବନ୍ଦର ଅଧିକାରୀ, ମତ୍ସଜିବୀ, ସେଚ୍ଛାସେବୀ ସଂଗଠନ, ସେଚ୍ଛାସେବୀ ଏବଂ ପଞ୍ଚାୟତ ସଭ୍ୟମାନେ ମିଳିତ ସହଯୋଗ ଏବଂ  ଅଂଶ ଗ୍ରହଣ କରିବେ  । ସୁନାମିକୁ ମୁକାବିଲା କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯିବା ସହିତ ତର୍ଜ୍ଜମା କରାଯିବ  । ଏହା ସହିତ ସୁନାମି ସମୟରେ କେମିତି ଲୋକମାନେ ସୁରକ୍ଷିତ ସ୍ଥାନକୁ ଯାଇପାରିବେ, ସେହି ସମୟରେ କଣ କରିବେ ଆଉ କଣ ନକରିବେ ଭଳି ସଚେତନତା କରାଯିବ  । ସେହିଭଳି ସମୁଦ୍ରକୂଳରୁ ସଂପୃକ୍ତ ଗ୍ରାମ ମଧ୍ୟରେ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହେବା ନେଇ ଏକ ମକ୍‍ କରାଯିବ  । ସୁନାମି ପୂର୍ବର ସୂଚନା ପାଇବା ସହିତ ଲୋକମାନେ କେମିତି ଏଦିଗରେ ସଚେତନ ହେବେ ସେ ସଂପର୍କରେ ପ୍ରସ୍ତୁତି ରହିବା ନେଇ ସେପ୍ଟେମ୍ବର ୨୬ରେ ସମସ୍ତ ସୁନାମି ପ୍ରବଣ ଗ୍ରାମ ମାନଙ୍କରେ କାର୍ଯ୍ୟକ୍ରମ ରହିଥିବା ନେଇ  ଓସ୍‍ଡ଼ମା ପକ୍ଷରୁ କୁହାଯାଇଛି  । ପ୍ରକାଶଥାଉକି ଦେଶର ସମୁଦ୍ରକୂଳବର୍ତ୍ତୀ ୫ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀରେ ରହିଥିବା ସୁନାମି ଚିହ୍ନଟ ଗ୍ରାମ ମାନଙ୍କରେ ମଧ୍ୟ ସେପ୍ଟେମ୍ବର ୨୬ରେ ସାରା ଭାରତରେ ମକ୍‍ଡ଼୍ରିଲ ସହିତ ସୁନାମି ପାଇଁ ସଚେତନତା କାର୍ଯ୍ୟକ୍ରମ ହେବା ନେଇ ଜଣାପଡିଛି  ।