ଓଡିଆନ୍ ନ୍ୟୁଜ

149

ନେଦରଲ୍ୟାଣ୍ଡସ୍‌କୁ ୪-୧ ଗୋଲରେ ପରାସ୍ତ କଲା ଜର୍ମାନୀ

Team Odian News |


ନେଦରଲ୍ୟାଣ୍ଡସ୍‌କୁ  ୪-୧ ଗୋଲରେ ପରାସ୍ତ କଲା ଜର୍ମାନୀ

ଭୁବନେଶ୍ୱର,୫/୧୨(ଓଡ଼ିଆନ ନ୍ୟୁଜ ): ହକି ବିଶ୍ୱକପ୍‌ର ଆଜିର  ମ୍ୟାଚ୍‌ରେ  ନେଦରଲ୍ୟାଣ୍ଡସ୍‌କୁ ଜର୍ମାନୀ ୪-୧ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଜର୍ମାନୀ କ୍ରମାଗତ ୨ଟି ମ୍ୟାଚ୍‌ ଜିତି କ୍ୱାର୍ଟର ଫାଇନାଲ୍‌ ଖେଳିବାକୁ ପ୍ରବଳ ଦାବିଦାର ବନିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ସ୍କୋର ୧-୧ରେ ରହିଥିଲା। କିନ୍ତୁ ଜର୍ମାନୀ ଶେଷ କ୍ୱାର୍ଟରେ ଜବରଦସ୍ତ ପ୍ରଦର୍ଶନ କରି ୩ଟି ଗୋଲ୍‌ ସ୍କୋର କରିବା ସହ ନେଦରଲ୍ୟାଣ୍ଡସ୍‌କୁ ମାତ ଦେଇଥିଲା। ଆଜିର ମ୍ୟାଚ୍‌ର ଆରମ୍ଭରୁ ଦୁଇ ଦେଶ ବେଶ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। କିନ୍ତୁ ନେଦରଲ୍ୟାଣ୍ଡସ୍‌ ମ୍ୟାଚ୍‌ର ୧୩ତମ ମିନିଟ୍‌ରେ ଗୋଲ କରିବାର ସୁଯୋଗ ପାଇଥିଲା। ଦଳର ପକ୍ଷରୁ ମିରକୋ ପ୍ରୁଇଜସେର ଗୋଲ କରି ନେଦରଲ୍ୟାଣ୍ଡସ୍‌କୁ ୧-୦ରେ ଆଗୁଆ କରି ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଜର୍ମାନୀ ଏହାକୁ ପରିଶୋଧ କରିବାକୁ ଯଥେଷ୍ଟ ଚେଷ୍ଟା କରିଥିଲା। କିନ୍ତୁ କ୍ୱାର୍ଟରର ଶେଷ ମିନିଟ୍‌ରେ ହିଁ ଦଳକୁ ଗୋଲର କରିବାର ସ୍ୱାଦ ମିଳିଥିଲା। ଦଳ ପକ୍ଷରୁ ମାଥିଆସ୍‌ ମୁଲେର ଗୋଲ ସ୍କୋର କରି ସ୍ଥିତି ୧-୧କୁ ଆଣିଥିଲେ।