ଓଡିଆନ୍ ନ୍ୟୁଜ

545

ଖାଦ୍ୟରେ ପୋଷକ ତତ୍ତ୍ୱର ମହତ୍ୱ ।

Team Odian News |


(ଆମେ ଜାଣିବା ଆମ ପାଇଁ)
ସାଧାରଣତଃ ଆମେ ଖାଉଥିବା ଖାଦ୍ୟରେ ଥିବା  ରାସାୟନିକ ତତ୍ତ୍ୱକୁ ହିଁ ପୋଷକ ତତ୍ତ୍ୱ କୁହାଯାଏ  । ଏହି  ରାସାୟନିକ ତତ୍ତ୍ୱ ବା ପୋଷକ ତତ୍ତ୍ୱ ପ୍ରାୟତଃ ଆମ ସୁସ୍ଥତା ବା ଅସୁସ୍ଥତାର  ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ  ।  ସୁତରାଂ ଏହା ନିଶ୍ଚିତଯେ, ଶରୀର ଭିତରେ ଏହି ପୋଷକ ତତ୍ତ୍ୱର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାବଳୀ ରହିଥାଏ  । ଯେପରି ଶାରୀରିକ କାର୍ଯ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିବା, ବୃଦ୍ଧି ଅଭିବୃଦ୍ଧି ଓ କ୍ଷତର ପୂରଣ କରିବା, ସଂକ୍ରମଣକୁ ରୋକିବା ଓ ରୋଗରୁୁ ସୁରକ୍ଷା ଦେଇ ସୁସ୍ଥତାକୁ ସ୍ଥିର ରଖିବା, ଶରୀରର ଉତ୍ତାପ ରକ୍ତଚାପ ବିପାକକ୍ର୍ରିୟା ଓ ବର୍ଜ୍ଜ୍ୟବସ୍ତୁ ନିର୍ଗମନକୁ ନିୟନ୍ତ୍ରଣ କରିବା, ଅସ୍ଥି, ମାଂସପେଶୀ ଓ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ମାନଙ୍କର ଗଠନ ମୂଳକ ଅଖଣ୍ଡତା ରକ୍ଷା କରିବା । ଏତତ୍‍ ଭିନ୍ନ ପ୍ରତ୍ୟେକ ପୋଷକ ତତ୍ତ୍ୱର ଶରୀରରେ ଏକ ନିଦ୍ଦିଷ୍ଟ କାର୍ଯ୍ୟ ରହୁଥିବାରୁ ସେମାନଙ୍କର ଅନୁପସ୍ଥିତି ବା ଅଭାବରେ ବେଳେ ବେଳେ ଅନେକ ଜଟିଳ ସମସ୍ୟା ମାନ ଦେଖାଦେଇଥାଏ  । ଏଣୁ ଖାଦ୍ୟକୁ ଗ୍ରହଣ କରିବା ପୂର୍ବରୁ ଏଥିରେ ରହୁଥିବା ଭିନ୍ନ ଭିନ୍ନ ପୋଷକ ତତ୍ତ୍ୱ ଓ ତାର କାର୍ଯ୍ୟକାରିତା ବିଷୟରେ ଯଥେଷ୍ଟ ଧ୍ୟାନ ଦିଆଯିବା ଅତ୍ୟନ୍ତ ଜରୁରୀ ଆମ ପାଇଁ  ।  
-ଡ଼ାକ୍ତର ବି.କେ ପ୍ରଶାନ୍ତ କୁମାର, କେନ୍ଦ୍ରାପଡ଼ା