ଓଡିଆନ୍ ନ୍ୟୁଜ

203

ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଅଧିକ ଫଲୋ ହେଉଥିବା ବିଶ୍ୱ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Team Odian News |


ନୂଆଦିଲ୍ଲୀ୬/୧୨(ଓଡ଼ିଆନ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଅଧିକ ଫଲୋ ହେଉଥିବା ବିଶ୍ୱ ନେତା। ଏ ବର୍ଷ ସେ ପୋଷ୍ଟ୍‌ କରିଥିବା ଫଟୋଗୁଡ଼ିକ ମଧ୍ୟରେ ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଅଧିକ ଲାଇକ୍‌ ମଳିଥିବା ଫଟୋଟି ହେଉଛି, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ବିବାହ ପରେ ମୋଦି ସେମାନଙ୍କୁ ଭେଟିଥିବା ସମୟର ଫଟୋ।
ଇନ୍‌ଷ୍ଟାଗ୍ରାମ୍‌ ଲାଇକ୍‌ରେ ଦ୍ୱିତୀୟ ସ୍ଥାନ ଲାଭ କରିଥିବା ଫଟୋଟି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର। ତାହା ହେଉଛି ଆକର୍ଷଣୀୟ ତୁଷାରମୟ ଡାଭୋସ୍‌ରେ ମୋଦି ବସ୍‌ ଷ୍ଟପ୍‌ରେ ଠିଆ ହୋଇଥିବାର ଫଟୋ। ସେଠାରେ ସେ ଓ୍ଵାର୍ଲଡ୍‌ ଇକୋନୋମିକ୍‌ ଫୋରମ୍‌-୨୦୧୮ରେ ଯୋଗ ଦେଇଥିଲେ।