ଓଡିଆନ୍ ନ୍ୟୁଜ

450

ଅସମୟରେ ଖାଉଛନ୍ତି କି ହୋଇ ପାରେ ଅଳସକ

Team Odian News |

ଅସମୟରେ ଖାଉଛନ୍ତି କି ହୋଇ ପାରେ ଅଳସକ


୬/୧୨(ଓଡ଼ିଆନ ନ୍ୟୁଜ):ମାନ୍ଦାଗ୍ନି କାରଣରୁ ଖାଦ୍ୟ ଠିକ୍ ରୂପେ ପାକ ନ ହୋଇ ଖାଇଥିବା ଖାଦ୍ୟରୁ ଅନ୍ନରସ ପରିବର୍ତ୍ତେ ଆମରସର ଉତ୍ପନ ହୋଇଥାଏ । ଏହି ଆମରସ ଏକ ବିଷତୁଲ୍ୟ ଅଟେ ଯାହାର ପ୍ରଭାବରେ ଶରୀରରେ ବିଭିନ୍ନ ପ୍ରକାରର ବ୍ୟାଧି ଉତ୍ପନ୍ନ ହୋଇଥାଏ । ଅଳସକ ବ୍ୟାଧି ତନ୍ମଧ୍ୟରୁ ଗୋଟିଏ ଅଟେ । ଏହି ବ୍ୟାଧିରେ ଆମବିଷ ଦ୍ୱାରା ସମସ୍ତ ମାର୍ଗ ଅବରୋଧ ହୋଇଯିବା ଯୋଗୁଁ ଉଦ୍ଧ୍ୱର୍ ବା ଅଧଃ ମାର୍ଗରେ ବିଭିନ୍ନଷ୍ଲାସନ ହୋଇନପାରେ ଆମାଶୟରେ ହିଁ ଅଳସିଭୂତ ହୋଇ ସଂପୂର୍ଣ୍ଣ ରୂପେ ଖାଦ୍ୟ ଅଟକିଯାଏ ।
ଲକ୍ଷଣ:-ପେଟଫୁଲିବା, ଉଦରଶୂଳ, ମୂର୍ଚ୍ଛା,ପେଟରେ ବାୟୁର ଉଦ୍ଧ୍ୱର୍ଗମନ, ଅଧୋବାୟୁ ଏବଂ ମଳ ଅବରୋଧ, ଅତ୍ୟାଧିକ ତୃଷ୍ଣା, ଇତ୍ୟାଦି । ଏହି ବ୍ୟାଧିକୁ ଠିକ୍ ସମୟରେ ଉପଚାର ନକରିବା ଦ୍ୱାରା ଏହା ଏକ ଉଗ୍ରରୂପ ଧାରଣ କରିଥାଏ, ତାହାକୁ ‘ଦଣ୍ଡାଳସକ’ କୁହାଯାଏ । ଏଥିରେ ରୋଗୀର ସମ୍ପୂର୍ଣ୍ଣ ଶରୀର କଠିନ ହୋଇ ଦଣ୍ଡାକାର ସିଧା ହୋଇଯାଏ । ଅଳସକଏକ ଅତ୍ୟନ୍ତ କଷ୍ଟସାଧ୍ୟ କିନ୍ତୁ ଦଣ୍ଡାଳସକ ଅସାଧ୍ୟ ବ୍ୟାଧି ଅଟେ ।
ଉପଚାର:-
-ସୌନ୍ଧବ ଲୁଣ ସହ ଗରମ ଜଳ ପିଆଇ ଦାନ୍ତି କରାଯାଏ ।
-ଉପବାସ ବା ଲଘୁଭୋଜନ କରାଯାଏ
-ଅବସ୍ଥା ଗୁରୁତର ହେଲେ ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶ କରି ପଞ୍ଚକର୍ମ ଚିକିତ୍ସା (ବମନ,ବିରେଚନ,ବସ୍ତି ଆଦି)  କରାଇବା ସହ ଔଷଧ ବ୍ୟବହାର କରିବା ଉଚିତ୍

ଡ଼ା.ନାଇଡ଼ୁ ଜଗନ୍ନାଥ, ଏମ୍.ଡ଼ି.(ଆୟୁର୍ବେଦ)