ଓଡିଆନ୍ ନ୍ୟୁଜ

231

ରାତିରେ ଖୋଲିବ ଆହାର କେନ୍ଦ୍ର

Team Odian News |

ରାତିରେ ଖୋଲିବ ଆହାର କେନ୍ଦ୍ର ଭୁବନେଶ୍ୱର,୬/୧୨(ଓଡିଆନ ନ୍ୟୁଜ): ଏଣିକି ରାତିରେ ଖୋଲିବ ଆହାର କେନ୍ଦ୍ର । ଆସନ୍ତା ଜାନୁଆରୀ ପହିଲାରୁ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା କରିଛନ୍ତି। କେବଳ ଡାକ୍ତରଖାନା ମାନଙ୍କ ନିକଟରେ ଥିବା ୫୪ଟି ଆହାର କେନ୍ଦ୍ର ରାତିରେ ଖୋଲାରହିବ । ଏବେ ଡାକ୍ତରଖାନକୁ ଦୂର ସ୍ଥାନରୁ ଆସୁଥିବା ଲୋକମାନେ ଦିନ ବେଳା ମାତ୍ର ୫ ଟଙ୍କାରେ ଆହାର ପାଇପାରୁଛନ୍ତି । ଖୁବ କମ ଦିନ ମଧ୍ୟରେ ସରକାରଙ୍କ ଏହି ଯୋଜନା ଲୋକମାନଙ୍କୁ ବେଶ ସହାୟ ହୋଇଛି । ଆଉ ଏସବୁ ଭିତରେ ରୋଗୀ ମାନଙ୍କ ସର୍ମ୍ପକୀୟଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ଥିବା ଆହାର କେନ୍ଦ୍ର ମାନଙ୍କରେ ରାତ୍ରି ଭୋଜନ ବ୍ୟବସ୍ଥା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ବର୍ଷରୁ ସରକାରଙ୍କ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଅନଲାଇନରେ ଦାନ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯିବ । ଲୋକମାନେ ସେମାନଙ୍କ ପ୍ରିୟଜନଙ୍କ ଜନ୍ମ ଦିବସ, ବିବାହ ବାର୍ଷିକୀ ଓ ଶ୍ରାଦ୍ଧ ଦିବସ ଅବସରରେ ଚାହିଁଲେ ଆହାର କେନ୍ଦ୍ର ଜରିଆରେ ଲୋକମାନଙ୍କୁ ଖାଇବାକୁ ଦେଇପାରିବେ । ଏଥିପାଇଁ କେବଳ ଅନଲାଇନ ମାଧ୍ୟମରେ ଦାନ ଗ୍ରହଣ କରାଯିବ ଓ ଏଥିରେ ଶତପ୍ରତିଶତ ଆୟକର ରିହାତି ମିଳିବ ।