ଓଡିଆନ୍ ନ୍ୟୁଜ

164

ଯୁକ୍ତତିନି ଲାଗି ସାରା ରାଜ୍ୟରେ ହେବ ଗୋଟିଏ ପାଠ୍ୟକ୍ରମ

Team Odian News |

ଯୁକ୍ତତିନି ଲାଗି ସାରା ରାଜ୍ୟରେ ହେବ ଗୋଟିଏ ପାଠ୍ୟକ୍ରମ ଭୁବନେଶ୍ୱର,୬/୧୨(ଓଡିଆନ ନ୍ୟୁଜ):ଏଣିକି ଯୁକ୍ତତିନି ଲାଗି ସାରା ରାଜ୍ୟରେ ପ୍ରଚଳନ ହେବ ଗୋଟିଏ ପାଠ୍ୟକ୍ରମ। ସେହିପରି ପିଜିରେ ନାଁ ଲେଖାଇବା ପାଇଁ ଏକକ ପରୀକ୍ଷା କରାଯିବ। ଉଚ୍ଚଶିକ୍ଷାର ମାନ ବୃଦ୍ଧି ଲାଗି ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ଉଚ୍ଚଶିକ୍ଷା ପରିଷଦ। ଆଜି ବସିଥିବା ପରିଷଦର ବୈଠକରେ ଉଚ୍ଚତର ଗବେଷଣା ଓ ଶିକ୍ଷାର ଅନ୍ତର୍ଜାତୀୟକରଣ ଉପରେ ବି ଗୁରୁତ୍ୱ ଦିଆଯାଇଛି। ଏକକ ପିଜି ପ୍ରବେଶିକା ଲାଗି ଯୁକ୍ତ ତିନିରେ ଅତି କମ୍‌ରେ ୪୫ ପ୍ରତିଶତ ମାର୍କ ରଖିବାକୁ ପଡିବ। ଉତ୍କଳ ବିଶ୍ୱବିଦ୍ୟାଳୟ କଳା, ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିଜ୍ଞାନ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କମର୍ସ ବିଭାଗର ପ୍ରବେଶିକା ପରୀକ୍ଷା ପରିଚାଳନା କରିବେ।