ଭୁବନେଶ୍ଵର,୧୮/୯ : ଅକ୍ଟୋବର ୩୧ରୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ ଯାତ୍ରା। ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ‘ଭାରତ ଯୋଡ଼’ କାର୍ଯ୍ୟକ୍ରମ ଲାଗି ରାଜ୍ୟ କଂଗ୍ରେସ ଭବନରେ ପ୍ରସ୍ତୁତି ବୈଠକ ଜାରି ରହିଛି। ସାଂସଦ ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ନେଇ ପ୍ରସ୍ତୁତି ବୈଠକରେ ସମସ୍ତ ଜିଲ୍ଲା ସଭାପତି, ବିଧାୟକ, ବିଧାୟକ ପ୍ରାର୍ଥୀ, ପୂର୍ବତନ ସାଂସଦ ଓ ବିଧାୟକ ସାମିଲ ହୋଇଛନ୍ତି।ଭୁବନେଶ୍ଵର ଆଇଜି ପାର୍କରୁ ଏହି ଯାତ୍ରା ଆରମ୍ଭ ହେବ। ଦଳର ତୁଙ୍ଗ ନେତା ଓ କର୍ମୀମାନେ ଏହି ଯାତ୍ରାରେ ସାମିଲ ହେବେ।ଏନେଇ ସାମ୍ଵାଦିକ ସମ୍ମିଳନୀ କରି ସୂଚନା ଦେଲେ କଂଗ୍ରେସ ସାଂସଦ ଜୟରାମ ରମେଶ। ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର,ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ରାଉତ, ତାରା ବାହିନୀପତି, ସୁର ରାଉତରାୟ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି। କେନ୍ଦ୍ରୀୟ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ପ୍ରଭାରୀ ଚେଲା କୁମାର ଓ ସହ ପ୍ରଭାରୀ ରୁଦ୍ର ରାଜୁ ବି ସାମିଲ ହୋଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |