ଭଦ୍ରକ ୨୦।୦୬: ଅଗ୍ନିପଥ ଯୋଜନାକୁ ବିରୋଧ । ଜାତୀୟ ରାଜପଥ ଅବରୋଧ କଲେ ଅନେକ ସଂଗଠନ । ଯାହାଫଳରେ ରାଜପଥରେ ଗାଡି ଚଳାଚଳା ବ୍ୟାହତ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ ରାଜପଥ ଅବରୋଧ କରାଯାଇଛି । ଦାବି ଅନୁଯାୟୀ, ଭାରତୀୟ ସେନାର ଲିଖିତ ପରୀକ୍ଷା ପାଇଁ ଦାବି କରିଛନ୍ତି । ଏହାସହିତ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର ପାଇଁ ମଧ୍ୟ ଦାବି କରିଛନ୍ତି । ଆନ୍ଦୋଳନକାରୀଙ୍କ ମଧ୍ୟରେ ବହୁ ଆଶାୟୀ ଅଛନ୍ତି । ଯେଉଁମାନେ ସେନାରେ ଭର୍ତ୍ତି ପାଇଁ ଆବେଦନ କରିବା ସହ ଶାରୀରିକ ଓ ମେଡିକାଲ ପରୀକ୍ଷାରେ ସାମିଲ ହୋଇଥିଲେ । କିନ୍ତୁ ଏବେ ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହୋଇପାରିନାହିଁ । ଏହି ପରୀକ୍ଷାକୁ ଆୟୋଜନ ନକରି ଅଗ୍ନିପଥ ଯୋଜନା ପ୍ରଣୟନକୁ ବିରୋଧ କରି ରାଜପଥ ଅବରୋଧ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |