ଅଗ୍ନିପଥ ନିଆଁ : ଆଜି ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ ,୧୯/୦୬:  ଅଗ୍ନିପଥ ଯୋଜନାକୁ ବିରୋଧ କରି ସାରା ଦେଶର ଜଳୁଛି ପ୍ରତିବାଦର ନିଆଁ । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଆନ୍ଦୋଳନ । ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଆଦି ପ୍ରାୟ ୧୪ଟି ରାଜ୍ୟରେ ହିଂସାତ୍ମକ ରୂପ ନେଇଛି ଆନ୍ଦୋଳନ । ବିଶେଷ କରି ବିହାରରେ ଏହାର ଉଗ୍ର ରୂପ ଦେଖିବାକୁ ମିଳିଛି ।  କଂଗ୍ରେସ ମଧ୍ୟ ସରକାରଙ୍କ ଏହି ଯୋଜନା ବିରୋଧରେ ରବିବାର ରାଜରାସ୍ତାକୁ ଓହ୍ୱାଇବ ବୋଲି କହିଛି ।ଅଗ୍ନିପଥ ଯୋଜନାକୁ ବିରୋଧ କରି କେଉଁଠି ଟ୍ରେନ ଓ କେଉଁଠି ବସ୍ ରେ ନିଆଁ ଲଗାଇ ଦେଇଛନ୍ତି ପ୍ରତିବାଦକାରୀ । ରେଲୱେ ଷ୍ଟେସନରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଛାତ୍ର । ବିହାରର ୧୨ଟି ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କରାଯାଇଥିବା ବେଳେ ବିଭିନ୍ନ ଛାତ୍ର ସଂଗଠନ ବିହାର ବନ୍ଦ ଡାକରା ଦେଇଛନ୍ତି । ଟ୍ରେନ୍ ଗୁଡ଼ିକୁ ପ୍ରଦର୍ଶନକାରୀ ଟାର୍ଗେଟ୍ କରୁଥିବାରୁ ବିହାରରେ ଦିନ ସମୟରେ ଟ୍ରେନ୍ ଚଳାଇବା ବନ୍ଦ କରାଯାଇଛି । କେବଳ ରାତି ୮ଟା ରୁ ଭୋର୍ ୪ଟା ପର୍ଯ୍ୟନ୍ତ ଚାଲିବ ଟ୍ରେନ୍ ।‘ଅଗ୍ନିପଥ’ ବିରୋଧରେ ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ବିରୋଧ କରି ଆଜି ସତ୍ୟାଗ୍ରହ କରିବ କଂଗ୍ରେସ । ସକାଳ ୧୦ଟାରୁ ଦିଲ୍ଲୀ ଜନ୍ତରମନ୍ତରରେ ସତ୍ୟାଗ୍ରହ ଆରମ୍ଭ ହେବାକୁ ଥିବା ବେଳେ ସତ୍ୟାଗ୍ରହରେ କଂଗ୍ରେସର ନେତା ଓ କର୍ମୀ ମାନେ ସାମିଲ ହେବେ । ଏନେଇ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିଲେ । ବିଭିନ୍ନ ରାଜନୈତିକ ଦଳ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ବିରୋଧ କରିଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ଆଜି ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି । ଦଳ ଦିଲ୍ଲୀସ୍ଥିତ ଜନ୍ତରମନ୍ତରରେ ଧାରଣା ଦେବ ବୋଲି ଜଣାପଡିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: