ନୂଆଦିଲ୍ଲୀ, ୧୮/୦୬: ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇଥିବା ଅଗ୍ୱିବୀରଙ୍କୁ ମିଳିବ ସଂରକ୍ଷଣର ସୁବିଧା । ଗୃହ ମନ୍ତ୍ରାଳୟ କେନ୍ଦ୍ରୀୟ ଆର୍ମଡ୍ ପୋଲିସ ଫୋର୍ସ ଓ ଆସାମ ଲାଇଫଲ୍ସର ନିଯୁକ୍ତି ବେଳେ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ଆରକ୍ଷଣ ଦେବା ନେଇ ଘୋଷଣା କରିଛନ୍ତି ।କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ବିରୋଧରେ ସାରା ଦେଶରେ ଆନ୍ଦୋଳନ ତୀବ୍ର ହେବାରେ ଲାଗି ରହିଥିବାବେଳେ ଏହି ସମୟରେ ବଡ଼ ଘୋଷଣା ହୋଇଛି। ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। CAPFs, ଆସାମ ରାଇଫଲ୍ସ ନିଯୁକ୍ତିରେ ମିଳିବ ୧୦% ସଂରକ୍ଷଣ। ଗୃହମନ୍ତ୍ରାଳୟ ପକ୍ଷରୁ CAPFs, ଆସାମ ରାଇଫଲ୍ସ ନିଯୁକ୍ତିରେ ‘ଅଗ୍ନିପଥ’ ଯୋଜନା ଅନ୍ତର୍ଗତ ୪ ବର୍ଷ ପୁରଣ କରିଥିବା ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ ଦିଆଯିବ ବୋଲି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିସହ ନିଯୁକ୍ତି ବେଳେ ସେମାନଙ୍କର ବୟସ ୩ବର୍ଷ କୋହଳ କରାଯିବ। ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ପାଇଁ ନିର୍ଦ୍ଧାରିତ ବୟସ ସୀମାର ୫ବର୍ଷ କୋହଳ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି|‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। କେଉଁଠି ଆନ୍ଦୋଳନକାରୀମାନେ ଟ୍ରେନ୍ରେ ନିଆଁ ଲଗାଇ ଦେଇଛନ୍ତି ତ ଆଉ କେଉଁଠି ପଥରମାଡ଼ ହୋଇଛି। ଏସବୁ ଭିତରେ ବିରୋଧ ପ୍ରଦର୍ଶନ ବେଳେ ତେଲେଙ୍ଗାନାର ସିକନ୍ଦରାବାଦରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସାରା ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ କରି ୭ଟି ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ବିହାର, ଉତ୍ତରପ୍ରଦେଶ ଓ ତେଲେଙ୍ଗାନାରେ ଆନ୍ଦୋଳନକାରୀ ଟ୍ରେନ୍ ଜଳାଇ ଦେଇଛନ୍ତି।୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ କିଛି ଦିନ ପୂର୍ବେ ‘ଅଗ୍ନିପଥ’ ଯୋଜନା ଘୋଷଣା ହୋଇଥିଲା। ତେବେ ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |