ଅଗ୍ନିବୀର ନିଯୁକ୍ତି ପାଇଁ ନାମ ପଞ୍ଜିକରଣ ପ୍ରକ୍ରିୟା ଆଜିଠୁ ଆରମ୍ଭ

ନୁଆଦିଲ୍ଲୀ ,୨୪/୦୬:  ଅଗ୍ନିବୀର ନିଯୁକ୍ତି ପାଇଁ ନାମ ପଞ୍ଜିକରଣ ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି। ବାୟୁସେନା ୨୨ଜୁନ୍‌ରେ ନିଯୁକ୍ତି ପାଇଁ ବିସ୍ତ୍ରୁତ ବିଜ୍ଞପ୍ତି ପ୍ରକାଶ କରିଥିଲା। ନିଯୁକ୍ତି ସମ୍ପର୍କିତ ମାନଦଣ୍ଡ ବିଷୟରେ ଆବେଦନକାରୀ ବାୟୁସେନାର ୱେବସାଇଟ୍ indianairforce.nic.in ରେ ଯାଇ ବିଜ୍ଞପ୍ତିରୁ ସମସ୍ତ ସୂଚନା ପାଇ ପାରିବେ। ଆଜିଠାରୁ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।ଅଗ୍ନିବୀର ବାୟୁସେନାରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ଅନଲାଇନ୍ ପଞ୍ଜିକରଣ ବାଧ୍ୟତାମୂଳକ। ବାୟୁସେନାର ୱେବସାଇଟ୍  indianairforce.nic.in ରେ ଯାଇ ଆପଣ ଆବେଦନ କରାଯାଇପାରିବ। ବାୟସେନାର ଅଫିସିଆଲ୍ ୱେବ୍ ପୋର୍ଟାଲ୍ ରେ ଏହି ଅବେଦନ ସକାଳ ୧୦ ଟାରୁ ଆରମ୍ଭ ହୋଇଯିବ। ପ୍ରାର୍ଥୀମାନେ ସେମାନଙ୍କର ସମସ୍ତ ବିବରଣୀ ଦେଇ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏହି ଆବେଦନ କରିବା ପାଇଁ ଆଶାୟୀଙ୍କୁ ୨୫୦/- ର ଏକ ଆବେଦନ ଶୁଳ୍କ ମଧ୍ୟ ଜମା କରିବାକୁ ପଡିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: