ମୁନିଗୁଡା,12/3 (ନନ୍ଦ କିଶୋର ପଟ୍ଟନାୟକ) : ରାୟଗଡା ଜିଲ୍ଲା ମୁନିଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ତରଫରୁ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପି. ସୁରେଶଙ୍କ ସଂଯୋଜନାରେ ମୁନିଗୁଡା ଅଗ୍ନିଶମ ବିଭାଗର ହାବିଲଦାର ବ୍ରହ୍ମାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ରୁବୁନା ଗୌଡ଼, ତରଣୀ ନାୟକ, ଅରକ୍ଷିତ ପାସ୍ପୁରେଡି, ଦିଲ୍ଲୀପ ସେଠୀ ପ୍ରମୁଖ ଉପସ୍ଥିତ ରହି ଜରୁରୀ କାଳୀନ ସମୟରେ କିପରୀ ନିଆରୁ ରକ୍ଷା ପାଇବେ, ଅନ୍ୟକୁ ରକ୍ଷା କରିବେ, ପ୍ରାକୃତିକ ବିପର୍ଯ୍ୟାୟ ସମୟରେ କିପରୀ ଲୋକଙ୍କୁ ରକ୍ଷା କରାଯାଇ ପାରିବ, ଉଚ୍ଚ ଅଟ୍ଟାଳିକା ମାନଙ୍କରେ ଯଦି କୌଣସି ସ୍ଥାନରେ ନିଆ ଲାଗିଯାଏ ତାହାଠାରୁ କିପରୀ ଉଦ୍ଧାର କରାଯାଇପାରିବ ଏବଂ ବନ୍ୟା ବାତ୍ୟା ସମୟରେ ପାଣିରେ ବୁଡି ଯାଉଥିବା ଲୋକଙ୍କୁ କିପରୀ ଉଦ୍ଧାର କରାଯିବା ସେନେଇ ମକଡ୍ରିଲ ମାଧ୍ୟମରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ଆଗାମୀ ଦିନରେ ଯଦି କେବେ ମଧ୍ୟ ଏହିପରି ସମସ୍ୟାର ସମ୍ମୁଖୀନ ହେବେ ତେବେ ସାହସର ସହ ସମ୍ମୁଖୀନ କରିବାକୁ ପରାମର୍ଶ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ପତିତପାବନ ଜେନା, ଅରୁଣ ସାହୁ,ଅଚ୍ୟୁତାନନ୍ଦ ମିଶ୍ର,ଲଣ୍ଡା ବେଡେକା, ସନ୍ତୋଷ ବାତ୍ରିଆ, କିଶୋର ପ୍ରଧାନ, ଶିକ୍ଷୟତ୍ରୀ ମାନସୀ ମହାନ୍ତି, ରଶ୍ମିତା ଦିଗାଲ, ଇତିଶ୍ରୀ ପ୍ରିୟଦର୍ଶିନୀ, ଅନପୂର୍ଣ୍ଣା ଗିରି ପ୍ରମୁଖଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପରିଚାଳନା ଓ ସହଯୋଗ କରିଥିଲେ l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |