ଅଗ୍ନି ନିରାପତ୍ତା ବ୍ୟବସ୍ଥା ସାର୍ଟିଫିକେଟ୍‌ ନାହିଁ, ଅନିଶ୍ଚିତତାରେ ବାରବାଟୀ ଟି-୨୦ ମ୍ୟାଚ

କଟକ,୧୭/ ୦୫ : କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର । ଆଶା ଆଶଙ୍କାରେ କଟକ ବାରବାଟୀରେ ହେବାକୁ ଥିବା ଟ୍ବେଣ୍ଟି ଟ୍ବେଣ୍ଟି । ଜୁନ ୧୨ ତାରିଖରେ ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ହେବାକୁୁ ଥିବା ଟି-୨୦ ମ୍ୟାଚକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସାର୍ଟିଫିକେଟ୍‌ ନାହିଁ । ଯାହାକୁ ନେଇ ଓଡିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ସମ୍ପାଦକଙ୍କୁ ନୋଟିସ୍‌ ଜାରିକରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ଆସନ୍ତା ମେ ୨୬ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଆସନ୍ତା ଜୁନ୍‌ ୧୨ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍‌ ଖେଳାଯିବ । ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍‌ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ମ୍ୟାଚକୁ ନେଇ ପ୍ରସ୍ତୁତି ଏବେ ଜୋରଦାର ଚାଲୁରହିଛି । କିନ୍ତୁ ଏହା ପୂର୍ବରୁ ଓସିଏକୁ ଲାଗିଛି ରାଜ୍ୟ ମାନବାଧିକାର କମିଶନଙ୍କ ଝଟ୍‌କା । ଫାୟାର ସେଫ୍ଟି ସାର୍ଟିଫିକେଟ୍‌ ନଥିବାରୁ ନୋଟିସ୍‌ ଜାରି କରି ଜବାବ ତଲବ କରିଛନ୍ତି ଓଏଚଆରସି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: