ଅଙ୍ଗନବାଡ଼ି କର୍ମୀ ୧୧ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ

ସୁବର୍ଣ୍ଣପୁର, ୨୩ା୨  : ଭାରତୀୟ ଅଙ୍ଗନବାଡ଼ି ମହିଳା କର୍ମୀଙ୍କ ଏକ ସମ୍ମିଳନୀ ସୁବର୍ଣ୍ଣପୁର ଜିଲ୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ହେବାକୁ ଥିବା ଦେଶବ୍ୟାପୀ ଆନ୍ଦୋଳନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ ମାନ୍ୟତା, ସର୍ବନିମ୍ନ ୧୮ ହଜାର ଟଙ୍କା ଦରମା ପ୍ରଦାନ, ଶିକ୍ଷା ନୀତି ଅନୁଯାୟୀ ସମସ୍ତ କର୍ମୀଙ୍କୁ ଶିକ୍ଷକ ମାନ୍ୟତା ପ୍ରଦାନ ଆଦି ୧୧ ଦଫା ଦାବି ନେଇ ସଂଘ ପକ୍ଷରୁ ଦେଶବ୍ୟାପି ଆନ୍ଦୋଳନ କରାଯିବ । ଏହି ସମସ୍ୟାର ଉପଯୁକ୍ତ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: