ଅଜଣା ଗାଡ଼ି ଧକ୍କାରେ ୨ ମୃତ, ଜଣେ ଗୁରୁତର

ରାଜକନିକା, ୨୩/୦୯ :ଅଜଣା ଗାଡ଼ି ଧକ୍କାରେ ୨ ମୃତ, ଜଣେ ଗୁରୁତର| କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ପେଗର ପଡା ଚଡେଇଖିଆ ନାଳ ପାଖରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗତକାଲି ରାତି ୧୧ ଟା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଶିହପଡ଼ା ରାସ୍ତାରେ ତିନିଜଣ ଯୁବକ ନିଜ ନିଜ ଘରକୁ ଏକ ବାଇକରେ ଫେରୁଥିବା ସମୟରେ ଅଘଟଣ ଘଟିଲା। ପେଗରପଡ଼ା ପୋଲ ନିକଟରେ ଉକ୍ତ ବାଇକଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ପଡ଼ିଯାଇଥିଲା।ସ୍ଥାନୀୟ ଲୋକେ ଏହା ଦେଖି ତିନିଜଣଙ୍କୁ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ବାଇକ ଦୁର୍ଘଟଣାରେ ଆହତ ହୋଇଥିବା ପେଗରପଡ଼ା ଗାଁର କିଶୋର ପଣ୍ଡାଙ୍କ ଏକମାତ୍ର ପୁଅ କୌଶିକ ପଣ୍ଡା (୨୨ )ଙ୍କୁ ମୃତ ଘୋଷଣା କରିଥିଲେ।ସେହି ଗାଁର ଅନ୍ୟ ଦୁଇଜଣ ଯୁବକ ଦୋଳଗୋବିନ୍ଦ ସାହୁ(୨୭ ) ଓ ସୌଭାଗ୍ୟ ସାହୁ (୨୭ )ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବିଳମ୍ବିତ ରାତିରେ ଦାମ ସାହୁଙ୍କର ଏକମାତ୍ର ପୁଅ ଦୋଳଗୋବିନ୍ଦ ସାହୁଙ୍କ ମୃତ୍ୟୁ ହୋଇଯାଇଥିଲା।  ଏବେ ସୌଭାଗ୍ୟ ସଂକଟାପନ୍ନ ଅବସ୍ଥାରେ କଟକରେ ଚିକିତ୍ସିତ ହେଉଛନ୍ତି। ଏବେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

c0801bbc b93a 4183 8bf6 a60ba64f1430 1024x1016 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: