ଅଟୋ ବାଇକ ମୁହାଁମୁହିଁ ଧକ୍କା:୨ ଗୁରୁତର,୩ ଆହତ

ମାନବିକତା ଦେଖାଇଲେ ଫାଣ୍ଡି ଅଧିକାରୀ।

ବ୍ରହ୍ମପୁର-୧୯/୦୯(ମନୋଜ କୁମାର ପାତ୍ର): ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ଘଡେଇଗାଁ ମଧ୍ୟରେ ଏକ ଅଟୋ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ରକ୍ତ ଜୁରୁ ବୁଡୁ ଅବସ୍ଥାରେ ତଳେ ପଡିଥିଲେ।।ଏହି ଘଟଣା ସମୟରେ ଖାରିଆଗୁଡା ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଶତପଥୀ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ଏହି ଘଟଣା ଦେଖି ଆହତ ମାନଙ୍କୁ ଉଦ୍ଧାର କରି ନିଜେ ବସିଥିବା ପୋଲିସ ଗାଡ଼ିରେ ଆହତ ମାନଙ୍କୁ ବସାଇ ଚିକିତ୍ସା ନିମନ୍ତେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ।କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇପଡିଥିବା ଦୁଇ ଦୁଇ ଜଣଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଯାଇଥିବା ସୂଚନା ମିଳିଛି। ତେବେ ଗୁରୁତର ଆହତ ହୋଇଥିବା ଦୁଇ ବ୍ୟକ୍ତି ହେଲେ ଦିଗପହଣ୍ଡି ବ୍ଳକ ବମୋକେଇ ଗ୍ରାମର ଶିକ୍ଷକ ମୁକୁନ୍ଦ ପ୍ରଧାନ ଏବଂ ସୁରେନ୍ଦ୍ର ବେହେରା ବୋଲି ଜାଣିବାକୁ ମିଳିଛି।ତେବେ ଏହି ଦୁର୍ଘଟଣାରେ ଅନ୍ୟ ଆହତ ମାନଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ନିଜ ନିଜ ଘରକୁ ଛାଡି ଦିଆଯାଇଥିବା ବେଳେ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ସୂଚନା ଦେଇଛନ୍ତି ଜରଡ଼ା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: