ଅଣ୍ଟା ବିନ୍ଧା ରୋଗୀଙ୍କୁ କୁକୁର ଇଞ୍ଜେକସନ୍

ଭୁବନେଶ୍ୱର,୧୭/୦୪: ବିନ୍ଧୁଥିଲା ଅଣ୍ଟା ,ଡାକ୍ତର ଫୋଡ଼ିଲେ କୁକୁର ଇଞ୍ଜେକ୍ସନ|ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ମହୁଲଡିହା ଗାଁ ଜଣେ ଅଣ୍ଟା ବିନ୍ଧା ରୋଗୀଙ୍କୁ ଡାକ୍ତର କୁକୁର ଇଞ୍ଜେକସନ୍ ଦେଇଥିବା   ଅଭିଯୋଗ ଆସିଛି। ଗାଁର ଶ୍ରୀକାନ୍ତ ମହାନ୍ତ ନାମକ ବ୍ୟକ୍ତିଙ୍କ ବହୁ ଦିନ ଧରି ଅଣ୍ଟା ବ୍ୟଥା ହେଉଥିଲା। ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ମହୁଲଡିହା ଗ୍ରାମରେ ଶ୍ରୀକାନ୍ତ ମହାନ୍ତ ନାମକ ଜଣେ ବ୍ୟକ୍ତି ରୁହନ୍ତି । କିଛିଦିନ ଧରି ଶ୍ରୀକାନ୍ତଙ୍କର ଅଣ୍ଟା ପ୍ରବଳ ବିନ୍ଧା ହେଉଥିଲା । ଠାକୁରମୁଣ୍ଡା ଡାକ୍ତରଖାନାର କ୍ୱାକ ବୋଲି ନିଜକୁ ପରିଚୟ ଦେଇଥିବା ଜଣେ ବ୍ୟକ୍ତି ନିକଟରେ ଗାଁକୁ ଆସିଥିଲେ । ଉକ୍ତ କ୍ୱାକଙ୍କୁ ବିଶ୍ୱନାଥ ନିଜର ସମସ୍ୟା ବିଷୟରେ କହିଥିଲେ । ଏହାପରେ ଉକ୍ତ କ୍ୱାକ ଜଣଙ୍କ ବିଶ୍ୱନାଥଙ୍କୁ ୩ଟି ପଶୁ ଇଞ୍ଜେକସନ ଫୋଡ଼ି ଦେଇଥିଲେ । ଶ୍ରୀକାନ୍ତଙ୍କୁ ପଶୁ ଇଞ୍ଜେକସନ ଫୋଡ଼ିବା ପରେ ଉକ୍ତ କ୍ୱାକ ଜଣଙ୍କ ଟଙ୍କା ମାଗିଥିଲେ । ଏନେଇ ଶ୍ରୀକାନ୍ତ ତାଙ୍କ ପୁଅଙ୍କୁ ଜଣାଇଥିଲେ । ତାଙ୍କ ବାପାଙ୍କୁ ଦିଆଯାଇଥିବା ଇଞ୍ଜେକସନ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀକାନ୍ତଙ୍କ ପୁଅ ଜାଣିପାରି ଥିଲେ । ଏହାପରେ ଉକ୍ତ କ୍ୱାକଙ୍କୁ ମହୁଲଡିହା ଗ୍ରାମରେ ଅଟକ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ପୋଲିସରେ ଦିଆଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!