ଅଦମ୍ୟ ଇଛାଶକ୍ତି, ଦୃଢ଼ମନା ଧର୍ମେନ୍ଦ୍ର, ସେବା ପାଇଁ ସର୍ମପିତ କୋଭିଡ଼୍ କୁ ନାହିଁ ଭୟ!

ଭୁବନେଶ୍ୱର,୧ା୫(ଓଡ଼ିଆନ୍ ମିଡ଼ିଆ): ଯେତେ ବେଳେ ନେତା ଏବଂ ପ୍ରଶାସନ କରୋନା ମହାମାରୀ ଭୟରେ ଘରେ ଏବଂ କାର୍ଯ୍ୟାଳୟରେ ରହି କାମ କରୁଛନ୍ତି । ସେତେ ବେଳେ ଦୃଢ଼ ମନା ଏବଂ ଅଦମ୍ୟ ଇଛାଶକ୍ତି ବଳରେ କୋଭିଡ଼କୁ ଭୟ ନକରି ଲଗାତାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପକୂଳ ଓଡ଼ିଶାରେ ବାତ୍ୟା ବନ୍ୟା ପ୍ରଭାବିତ ଆଳି, ରାଜନଗର, ରାଜକନିକା, ଚାନ୍ଦବାଲି, ଧାମରା, ବାଲେଶ୍ୱର ଏବଂ ନୀଳଗିର ଭଳି ଅଂଚଳ ଗସ୍ତ କରି ଗତ ଏକ ସପ୍ତାହ ଧରି ଉଡ଼ାଯାହାଜ ଠାରୁ ମଟରସାଇକେଲ ଆଉ ପାଦରେ ପାଣି କାଦୁଅରେ ପଶି ବିପନ୍ନଙ୍କ କଥା ବୁଝିଛନ୍ତି ରିଲିଫ୍ ଠାରୁ ରନ୍ଧାଖାଦ୍ୟ ପରିଶିଦେଇଛନ୍ତି । ଏସବୁ ପରେ ମନ୍ତ୍ରୀ ଶ୍ରୀପ୍ରଧାନ ଅନୁଗୋଳ ଜିନ୍ଦଲ ପ୍ଲାଣ୍ଟ ପରିସରରେ କୋଭିଡ଼୍ କେୟାର ହସ୍ପିଟାଲକୁ ଉଦ୍‌ଘାଟ କରି ପୁଣି ବଳରାମ ପ୍ରସାଦ ସ୍ଥିତ ଇଏସ୍‌ଆଇ କୋଭିଡ଼୍ ହସ୍ପିଟାଲରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ଆଲୋଚନା କରି କୋଭିଡ଼୍ ରୋଗୀଙ୍କ ସହଳ ଏବଂ ସହଜ ଚିକିତ୍ସା ସଂପର୍କରେ ପରାମର୍ଶ ଦେଇଥିଲେ । ଏମିତିକି ପିପିକିଟ୍ ପିନ୍ଧି ମନ୍ତ୍ରୀ ହସ୍ପିଟାଲ ପରିସରରେ ପରିଦର୍ଶନ କରିଥିଲେ । ଯେତେ ବେଳେ ସାର ଦେଶ କୋଭିଡ଼୍‌କୁ ନେଇ ଅସ୍ତବ୍ୟସ୍ତ ଠିକ୍ ସେତିକି ବେଳେ ନିଜର ଚିରାଚରିତ ଢ଼ଙ୍ଗ ଆଉ ଓଡ଼ିଶାର ଜନଗଣଙ୍କ ସେବା ପାଇଁ ନିଜକୁ ସମର୍ପି ଦେଇଛନ୍ତି ମାନ୍ୟବର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଭଳି ବିଶ୍ରାମହୀନ ସେବା ମନୋଭାବକୁ ଖୁବ୍ ପ୍ରଶଂସା କରିଛନ୍ତି ଓଡ଼ିଶାବାସୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: