ସାଧାରଣରେ ଆମେ କୌଣସି ରୋଗରେ ପଡି ଡାକ୍ତରଖାନା ଗରେ ଆମକୁ ରୋଗ ର ଔଷଧ ସାଙ୍ଗରେ multivitamin ବଟିକା ଡାକ୍ତର ଦେଇଥାନ୍ତି। ଯାହାକି ରୋଗ ପରବର୍ତ୍ତୀ ଦୁର୍ବଳତା ରୁ ଆମକୁ ରକ୍ଷା କରିଥାଏ। ବେଳେ ବେଳେ ଆମେ ବିନା ଡାକ୍ତର ଙ୍କ ପରାମର୍ଶ ରେ ଏହା କୁ ଗ୍ରହଣ କରିଥାଉ । କାରଣ ଆମ ମନରେ ଥାଏ ଭିଟାମିନ ବଟିକା ରେ କିଛି କ୍ଷତି ନ ଥାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ , ଅଧିକ ଭିଟାମିନ ବ୍ୟବହାର ଆମ ଶରୀର ପାଇଁ କ୍ଷତିକାରକ ହୋଇ ଥାଏ।fat soluble ବା ସ୍ନେହ ରେ ମିଶି ପାରୁଥିବା ଭିଟାମିନ ଯଥା A,D,E,K, ଏହା ଆମ ଶରୀର ରେ ଗଚ୍ଛିତ ହୋଇ ରହିପାରେ ।ଏହାର ଅଧିକ ବ୍ୟବହାର ଆମ ସ୍ନାୟୁ କୁ ଦୁର୍ବଳ କରିଥାଏ। ଭିଟାମିନ A ର ଅଧିକ ଉପଯୋଗ କ୍ୟାନସର କାରକ ହୋଇଥାଏ। ସେହିଭଳି ଭିଟାମିନ C ର ଅଧିକ ବ୍ୟବହାର ରେ ଆମକୁ ମୁଣ୍ଡବିନ୍ଧା , ବାନ୍ତି ଲାଗିବା ଭଳି ଲାଗିବା ସହ kidney stone ହେବାର ଭୟ ରହିଥାଏ। ମଧୁମେହ ବା diabetics ରେ ଏହା ରକ୍ତ ଶର୍କରା ପରୀକ୍ଷା ର ଫଳାଫଳ କୁ ଭୁଲ କରିଥାଏ। ଫଳରେ ରୋଗୀ ନିର୍ଭୁଲ ରକ୍ତ ଶର୍କରା ପରିଣାମ ପାଇପାରେ ନାହିଁ। ଔଷଧ କଂପାନୀ ଦ୍ବାରା ପ୍ରସ୍ତୁତ ବଟିକା କୁ ଯଥା ସମ୍ଭବ କମ୍ କରି ପ୍ରାକୃତିକ ଉପାୟରେ ପନିପରିବା, ତଟକା ଫଳ ଓ ସୁଷମ ଖାଦ୍ୟ ରେ ଆମର ଭିଟାମିନ ଅଭାବ କୁ ଦୂର କରିହେବ। ଏହି ଥିରେ ଆମର ମଙ୍ଗଳ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |