ଅଧ୍ୟକ୍ଷା ଲିପିକା ପଟ୍ଟନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଜକନିକା,୨ା୭:ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଲିପିକା ପଟ୍ଟନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଅଧ୍ୟାପକ ଅଜୟ କୁମାର କୁଣ୍ଡଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ତୁଳସୀ ମହିଳାମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ହୀରାମଣୀ ବେହୁରିଆ, ନୂତନ ଅଧ୍ୟକ୍ଷା ସୁରେଖା ରାଉତ, ପ୍ରାକ୍ତନ ଅଧ୍ୟକ୍ଷ ବୈକୁଣ୍ଠନାଥ ପରିଡ଼ା, ପୁରାତନ ଛାତ୍ର ସଂସଦର ସଭାପତି ଅଧ୍ୟାପକ ଅଜୟ କୁମାର ନାଥ, ମହାବିଦ୍ୟାଳୟ କର୍ମଚାରୀ ସଂଘର ସଭାପତି ଅଧ୍ୟାପକ ଅନୁପ କୁମାର ମଲ୍ଲିକ, ମହିଳା ସଂଗଠନର ସଂଯୁକ୍ତା ଶତପଥୀ ଏବଂ ପୁରାତନ ଛାତ୍ର ସାମ୍ବାଦିକ ଶୁଭ୍ରାଂଶୁ ସୂତାର ପ୍ରମୁଖ ଯୋଗଦେଇ ମାତ୍ର ୧୪ ମାସ ଅଧ୍ୟକ୍ଷା ଭାବେ କାର୍ଯ୍ୟଭାର ଦାୟିତ୍ୱ ନେଇ ମହାବିଦ୍ୟାଳୟର ବହୁ ଉନ୍ନୟନ କାର୍ଯ୍ୟ କରିଛନ୍ତି । ଅଧ୍ୟକ୍ଷା ଶ୍ରୀମତୀ ପଟ୍ଟନାୟକଙ୍କ ଦ୍ୱାରା ମହାବିଦ୍ୟାଳୟର ତୃତୀୟ କ୍ୟାମ୍ପସର ଶିଳାନ୍ୟାସ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ଅଧ୍ୟକ୍ଷାଙ୍କୁ ଅଶ୍ରୃଳ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅଧ୍ୟକ୍ଷା ଶ୍ରୀମତୀ ପଟ୍ଟନାୟକ ୩୫ ବର୍ଷର ଅଧ୍ୟାପନା ଜୀବନର ବହୁ ଘାତ୍ ପ୍ରତିଘାତ୍ ସଂପର୍କରେ ଆଲୋକପାତ୍ କରିବା ସହିତ ରାଜକନିକାବାସୀଙ୍କ ଅକୁଣ୍ଠ ଭଲପାଇବାକୁ ଭୁଲିପାରିବେ ନାହିଁ ବୋଲି କହିଥିଲେ । ପ୍ରଫେସର ଡ଼କ୍ଟର ମିଥିଲା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ମିର୍ଜା ଉବ୍ରାହିମ୍ ବେଗ୍ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅଧ୍ୟାପିକା ତୃପ୍ତି ରାଉତ,ଅଧ୍ୟାପକ ଡ଼କ୍ଟର ରଞ୍ଜନ କୁମାର ରଥ,ଅଧ୍ୟାପକ ସଚ୍ଚିକାନ୍ତ ମିଶ୍ର, ଅଧ୍ୟାପକ ଜୋତିରଞ୍ଜନ ରାଉତ, ଡ଼େମୋନେଷ୍ଟଟର ଶରତ କୁମାର ଓଝା, କାଜଲ ଜ୍ୟୋତି ରାଉତ, ଗ୍ରନ୍ଥାଗ୍ରାର ଦେବେନ୍ଦ୍ର କୁମାର ନାୟକ, ମୁଖ୍ୟ ଲିପିକ ଲକ୍ଷ୍ମଣ ସାହୁ ଏବଂ ଜୟନ୍ତ କୁମାର ମଥାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ, ଅଧ୍ୟାପକ ମଣ୍ଡଳୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!