ଅନନ୍ତନାଗରେ ଏନକାଉଣ୍ଟର : ଜଣେ ଆତଙ୍କବାଦୀ ନିହତ, ୩ ଯବାନ ଆହତ

ଶ୍ରୀନଗର, ୦୪|୦୬:  ଜମ୍ମୁ କାଶ୍ମୀରରେ ଅନନ୍ତନାଗରେ ଏନକାଉଣ୍ଟର |   ଦକ୍ଷିଣ କଶ୍ମୀର ଅନନ୍ତନାଗର ଋଷିପୋରାରେ ଏନକାଉଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଆତଙ୍କବାଦୀଙ୍କ ଗୁଳିରେ ସେନାର ୩ ଜଣ ଯବାନଙ୍କ ସହ ମୋଟ ୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନନ୍ତନାଗ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ଏହାପରେ ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ । ତେବେ ଉଭୟ ପକ୍ଷର ଗୁଳିମାଡରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୩ ଯବାନ ଆହତ ହୋଇଛନ୍ତି ।  ନିହତ ହୋଇଥିବା ଆତଙ୍କୀ ହେଉଛି ଆତଙ୍କବାଦୀ କମାଣ୍ଡର ଏଚଏମ ନିସାର ଖାଣ୍ଡେ । ତା’ଠାରୁ ବିପୁଳ ଅସ୍ତ୍ର ଓ ଗୁଳି-ବାରୁଦ ସମେତ ଏକେ-୪୭ ରାଇଫଲ ଜବତ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: