ଅନୁଗୁଳ ଜିଲ୍ଲାକୁ ସମ୍ପ୍ରସାରଣ ହେଲା ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ଶାଖା

ଅନୁଗୁଳ,୨୨/୬ :– ଅନ୍ତର୍ଜାତିକ ମାନବାଧିକାର ପରିଷଦର ଓଡିଶା ସଭାପତି ମୀନକେତନ ପଟ୍ଟନାୟକ ଭୁବନେଶ୍ୱର ରୁ ବାହାରି ଲଗାତର ଭାବେ ବିଭିନ୍ନ ଜିଲ୍ଲାର କାର୍ଯ୍ୟାଳୟ ଉଦ୍ଘାଟନ ଏବଂ ଜିଲ୍ଲା ବୋର୍ଡର ସମୀକ୍ଷା କରିବା ପରେ ଆଜି ଅନୁଗୁଳ ଜିଲ୍ଲାରେ ପହଞ୍ଚି ଥିବା ପ୍ରକାଶ। ମୀନକେତନ ପଟ୍ଟନାୟକ ଅନୁଗୁଳ ପରି ଶିଳ୍ପ ସମୃଦ୍ଧ ଜିଲ୍ଲାରେ ବହୁ ଦିନରୁ ବୋର୍ଡ ଗଠନ କରିବାକୁ ଉଦ୍ୟମ କରିଥିଲେ। ନିଜର ଇଛାଶକ୍ତି ଯୋଗୁ ଆଜି ଅନୁଗୁଳ ଜିଲ୍ଲାରେ ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ଜିଲ୍ଲା ବୋର୍ଡ ଗଠନ କରିବାକୁ ସକ୍ଷମ ହେଇ ପାରିଛନ୍ତି। ଏଠାରେ ପ୍ରକାଶ କରୁକି ଓଡ଼ିଶାର ଏକ ମାତ୍ର ଜିଲ୍ଲା ଅନୁଗୁଳ ଯେଉଁଠାରେ ସର୍ବାଧିକ ବୃହତ ଶିଳ୍ପ ଠାରୁ ଆରମ୍ଭ କରି ମଧ୍ୟମ ଶିଳ୍ପ ସରକାରୀ ଏବଂ ବେସରକାରୀ ସ୍ଥରରୁ ପ୍ରତିଷ୍ଠା କରାଯାଇଛି। ଖଣି ଖାଦାନ ଏବଂ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଅନେକ ସମୟରେ ସଂସ୍ଥାର ପରିଚାଳକଙ୍କ ଦ୍ୱାରା ନିର୍ଯ୍ୟାତିତ ହେବାର ଅଭିଯୋଗ ହେଇ ଆସୁଛି। ଏପରି ସ୍ଥଳେ ମାନବାଧିକାର ସଂସ୍ଥାର ଆବଶ୍ୟକତା ଅନୁଗୁଳ ଜିଲ୍ଲାରେ ନିତ୍ୟାନ୍ତ ଆବଶ୍ୟକ। ତେଣୁ ଅନୁଗୋଳ ଜିଲ୍ଲା ବୁଦ୍ଧିଜୀବୀ ମୀନକେତନ ପଟ୍ଟନାୟକଙ୍କ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଶ୍ରୀ ମୀନକେତନ ବୋର୍ଡ ଗଠନ କରିବା ପରେ ରାଜ୍ୟ ଏବଂ ଜିଲ୍ଲାର କର୍ମକର୍ତ୍ତା ମାନଙ୍କୁ ନେଇ ଅନୁଗୁଳ ସଦର ଆଇ ଆଇ ସି ଏବଂ ଏସ୍ପି ଙ୍କୁ ସାକ୍ଷାତ କରି ବିଭିନ୍ନ ମାମଲାର ଆପୋଷ ସମାଧାନ ପାଇଁ ଗୋଟିଏ ସ୍ୱତନ୍ତ୍ର କକ୍ଷ ଯୋଗାଇଦେବାକୁ ପ୍ରସ୍ତାବ ଦେଇଥିଲେ। ଏସ୍ପି ଏକଥାକୁ ଗୁରୁତ୍ୱ ଦେଇ ଗୋଟିଏ ଗୃହ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: