ଅନୁପ୍ରବେଶ କୁ ନେଇ ଉଦବେଗ ପ୍ରକାଶ କଲା ହିନ୍ଦୁ ମହାସଂଘ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୭/୦୬;-ଗାଁ ଗାଁ ରେ ଛୋଟ ଛୋଟ ବୈଠକ କରି ହିନ୍ଦୁ ମହାସଂଘ ଲୋକ ମାନଙ୍କୁ ସଚେତନ କରାଉଛି । ନିଜ ଧର୍ମ ଓ ସଂସ୍କୃତି ର ସୁରକ୍ଷା କରିବା ପାଇଁ ଗାଁ ଗାଁ ରେ ହିନ୍ଦୁ ମହାସଂଘ ର କାର୍ଯ୍ୟକର୍ତ୍ତା ବୁଲି ବୁଲି ଦିନ ରାତି ବୈଠକ କରୁଛନ୍ତି। କୋଷାଗୁମୁଡା ଯୁବ ହିନ୍ଦୁ ମହାସଂଘ ସଭାପତି ମହେଶ ନାୟକ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସ୍ଥାନୀୟ ହନୁମାନ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ମହାସଂଘ ର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର, ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା, କୋଷାଗୁମୁଡା ହିନ୍ଦୁ ମହାସଂଘ ସଭାପତି ଧନୁର୍ଜୟ ବେହେରା, ହିମାଂଶୁ ନାୟକ,ନବିନ ପନ୍ନକା, ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବୈଠକ ରେ ବାଂଲାଦେଶୀ ଓ ରହିଂଗ୍ୟା ଅଣ ହିନ୍ଦୁ ମାନଙ୍କର ଅନୁ ପ୍ରବେଶ କୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛି ହିନ୍ଦୁ ମହାସଂଘ। ଆସନ୍ତା ୧୯ ତାରିଖ ହିନ୍ଦୁ ମହାସଂଘ ର ଏକ ପ୍ରତନିଧି ମଣ୍ଡଳ ଭୁବନେଶ୍ୱର ସୁରଭି ମହା ଯଜ୍ଞ ରେ ଯୋଗ ଦେଇ ଆସିବା ପରେ ଆସନ୍ତା ୨୬ ତାରିଖ ଦିନ କଡିଙ୍ଗା ଠାରେ ଏକ ହିନ୍ଦୁ ସମ୍ମିଳନୀ ର ଆୟୋଜନ କରାଯିବ । ଏହି ଆୟୋଜନ ର ଆବାହକ ହିମାଂଶୁ ନାୟକ ସୂଚନା ଦେଇଛନ୍ତି।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: