ନୟାଗଡ଼, ୧୪/୯:– ଆନ୍ତର୍ଜାତିକ ମାନବାଧିକାର ପରିଷଦ ଓଡିଶା ମୁଖ୍ୟ ତଥା ସଭାପତି ମୀନକେତନ ପଟ୍ଟନାୟକ ଲଗାତର ଭାବେ ଓଡ଼ିଶାର ସମସ୍ତ ଜିଲ୍ଲା ଗସ୍ତକରି, ଶାଖା ନଥିବା ଜିଲ୍ଲାରେ ନୂତନ ଶାଖା ଗଠନ କରିବା ପରେ ଏବେ ପ୍ରତ୍ୟେକ ଜିଲ୍ଲାକୁ କର୍ମ ଚଞ୍ଚଳ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। ଶ୍ରୀ ପଟ୍ଟନାୟକ ସେଇ ପରିପେକ୍ଷିରେ ଆଜି ନିୟାଗଡ଼ ଜିଲ୍ଲାର ଉପ ସଭାପତି ପଦରେ ଜିତେନ୍ଦ୍ର କୁମାର ସାହୁଙ୍କୁ ଦାୟିତ୍ୱ ଦେବା ସହିତ, ଜିଲ୍ଲାର ଅବହେଳିତ ତଥା ସମାଜରେ ମୌଳିକ ଅଧିକାରରୁ ବଞ୍ଚିତ ବର୍ଗଙ୍କୁ ଉଚିତ ନ୍ୟାୟ ପାଇବା ପାଇଁ ସମଷ୍ଟିଗତ ଭାବେ ଲଢେଇ ଜାରି ରଖିବାକୁ ଗୁରୁମନ୍ତ୍ର ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |