ମାଲକାନଗିରି,୧୬/୬(ଶ୍ରୀନିବାସ ପଣ୍ଡା)- ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଆଜ ତା ୧୬/୬ ରିଖ ମାଲକାନଗିରି କାଲିମେଳା ମୁଖ୍ୟ ରାସ୍ତାର ଏମଭି – ୭ ଗ୍ରାମରେ ଅନୁଷ୍ଠିତ ହେଇଯାଇଛି। ବିଗତ ତିନିବର୍ଷ ପୂର୍ବେ ଉକ୍ତ ସଂଗଠନର ମୂଳଦୁଆ ପଡିଥିବା ସତ୍ତ୍ୱେ ରାଜ୍ୟ ଏବଂ ଜିଲ୍ଲା ମଧ୍ୟରେ ସମନ୍ନୟ ଅଭାବରୁ ଜିଲ୍ଲା ବୋର୍ଡ ର କାର୍ଯ୍ୟ ଆଶାନୁରୂପ ଭାବେ ପରିଲକ୍ଷିତ ହେଉନଥିଲା। ବର୍ତ୍ତମାନ ରାଜ୍ୟ ବୋର୍ଡର ଆମୂଳଚୂଳ ପରିବର୍ତ୍ତନ ହେବାପରେ, ରାଜ୍ୟ ପ୍ରେସିଡେଣ୍ଟ ଶ୍ରୀ ମୀନକେତନ ପଟ୍ଟନାୟକ ରାଜ୍ୟ ତମାମ ପ୍ରତ୍ୟେକ ଜିଲ୍ଲା ଗସ୍ତକରି ଜିଲ୍ଲା ବୋର୍ଡ ମାନଙ୍କୁ କାର୍ଯ୍ୟକ୍ଷମ କରାଇବାକୁ ପ୍ରୟାସ ଜାରି ରଖିଛନ୍ତି। ଏହି ମହତ କାର୍ଯ୍ୟରେ ରାଜ୍ୟ ଭାଇସ ପ୍ରେସିଡେଣ୍ଟ ରୁଦ୍ରମୋହନ ସାହୁ, ସାଉଥ ଡିଭିଜନ ବୋର୍ଡ ପ୍ରେସିଡେଣ୍ଟ ସେନାପତି ସନ୍ତୋଶି, ଏକଯିକ୍ୟୁଟିଭ ସାଉଥ ଡିଭିଜନ ବୋର୍ଡ ଶେଖ ନିଶାର, ଓମେନ ପ୍ରେସିଡେଣ୍ଟ ସାଉଥ ବୋର୍ଡ ମିସ ଇଣ୍ଡିଆ ୨୦୨୦ ସଂଧ୍ୟାରଣୀ ନେମାଲପୁରୀ ଦଳେଇ, ଷ୍ଟେଟ ଜେନେରାଲ ସେକ୍ରେଟାରୀ ପ୍ରବୀଣ କୁମାର ଷେଣ୍ଢ ଏବଂ ଜିଲ୍ଲା ଯଏଣ୍ଟ ସେକ୍ରେଟାରୀ ରାଏଗଡା ପି ସାଇ ପ୍ରସାଦ ପ୍ରମୁଖ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସି ମାଲକାନଗିରି ବୋର୍ଡ କୁ କାର୍ଯ୍ୟକ୍ଷମ କରାଇବା ସହିତ ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ। ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ଆଦିବାସୀ ଅଞ୍ଚଳ ହେଇଥିବାରୁ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଜଗିବା ସହିତ ସେମାନଙ୍କୁ ସେମାନଙ୍କର ଅଧିକାର ହାସଲ ପାଇଁ ବୋର୍ଡ ସମସ୍ତ ସହଯୋଗ ଯୋଗାଇବାର ଶପଥ ନେଇ ବୈଠକ ଭଙ୍ଗ ହେଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |